ନୂଆଦିଲ୍ଲୀ: ଭାରତର ବୃହତ୍ତମ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବ୍ୟାଙ୍କର ଗ୍ରାହକମାନେ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ଯୋଗୁଁ ଶୁକ୍ରବାର ଦିନ ଡିଜିଟାଲ୍ ସେବା ବ୍ୟବହାର କରିବାରେ ଅସମର୍ଥ ହେବେ। ଏନେଇ ଏସବିଆଇ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି |
ଟୁଇଟରେ ଲେଖାଯାଇଛି ଯେ, “ଆମେ ମେ’ ୭ ତାରିଖ ରାତି ୧୦ଟା ୧୫ରୁ ମେ’ ୮ ତାରିଖ ରାତି ୧ଟା ୪୫ମିନିଟ ମଧ୍ୟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବୁ। ଏହି ସମୟ ମଧ୍ୟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ /ୟୋନୋ/ ୟୋନୋ ଲାଇଟ / ୟୁପିଆଇ ସେବା ଉପଲବ୍ଧ ହେବ ନାହିଁ | ହେବାକୁ ଥିବା ଅସୁବିଧା ପାଇଁ ଆମେ ଦୁଃଖିତ ଏବଂ ଆପଣଙ୍କୁ ଆମ ସହ ରହିବାକୁ ଅନୁରୋଧ କରୁଛୁ ବୋଲି ଏସବିଆଇ ଟ୍ୱିଟ କରି ଜଣାଇଛି |
We request our esteemed customers to bear with us as we strive to provide a better banking experience.
#SBI #StateBankOfIndia #ImportantNotice #InternetBanking #OnlineSBI pic.twitter.com/JogglXemol— State Bank of India (@TheOfficialSBI) May 6, 2021
ଯଦି ଆପଣ ଏସବିଆଇ ସହ ଜଡ଼ିତ, ତେବେ ବାକି ଥିବା ଗୁରୁତ୍ୱପୂର୍ଣ୍ଣ କାମ କରିନିଅନ୍ତୁ | ଯଦି କାହାକୁ ଟଙ୍କା ପଠାଇବାର ଅଛି ତେବେ ଏହି ସମୟ ପୂର୍ବରୁ ଆପଣ ପଠାଇପାରିବେ |