ନୂଆଦିଲ୍ଲୀ: ଲୋକମାନଙ୍କୁ କରୋନା ମୁକାବିଲା ପାଇଁ ଟାବଲେଟ ଏବଂ ମିଶ୍ରଣ ପ୍ରଦାନ କରିବା ପାଇଁ ଆୟୁଷ ଡାକ୍ତର ଓ ହୋମିଓପାଥି ଡାକ୍ତରମାନଙ୍କୁ ଅନୁମତି ଦେଇଛନ୍ତି ସୁପ୍ରିମ୍କୋର୍ଟ। କେବଳ ଯୋଗ୍ୟ ଆୟୁଷ ଡାକ୍ତର ଓ ହୋମିଓପାଥି ଡାକ୍ତରମାନେ ହିଁ କୋଭିଡ୍-୧୯ ଇମ୍ୟୁନିଟି ବୁଷ୍ଟର୍ ଭାବେ ସରକାରୀ ଅନୁମୋଦିତ ଟାବଲେଟ ଏବଂ ମିଶ୍ରଣ ଦେଇପାରିବେ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି। ଶୀର୍ଷ ଅଦାଲତ ଆହୁରି ବି ସ୍ପଷ୍ଟ କରିଛନ୍ତି ଯେ ଡାକ୍ତରମାନେ ଏହି ଔଷଧକୁ କୋଭିଡ୍-୧୯ର ଉପଶମ ଔଷଧର ନାମ ଦେଇ ବିଜ୍ଞାପନ କରିପାରିବେ ନାହିଁ।
ଆୟୁଷ ଡାକ୍ତରଙ୍କୁ କରୋନା ଚିକିିତ୍ସା ପାଇଁ ଔଷଧ ଲେଖିବାକୁ ଅନୁମତି ଦେଲେ ସୁପ୍ରିମ୍କୋର୍ଟ
/sambad/media/post_attachments/wp-content/uploads/2020/12/supreme_court_pti_1200x768.jpeg)