ନିଟ୍‌ ୟୁଜି ପରୀକ୍ଷା ଦେବା ପାଇଁ ୨୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପ୍ରାର୍ଥୀଙ୍କୁ ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ନେସ୍‌ନାଲ୍‌ ଇଲିଜିବିଲିଟି-କମ୍‌-ଏଣ୍ଟ୍ରାନ୍‌ସ୍‌ ଟେଷ୍ଟ୍‍ (ନିଟ୍‌) ଅଣ୍ଡର୍‌ଗ୍ରାଜୁଏଟ୍‌ ପରୀକ୍ଷା ୨୦୧୯ ଦେବା ନିମନ୍ତେ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ୨୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପ୍ରାର୍ଥୀମାନଙ୍କୁ ଅନୁମତି ଦେଇଛନ୍ତି। କିନ୍ତୁ, ସର୍ବାଧିକ ବୟସୀମା ପ୍ରାର୍ଥୀମାନଙ୍କ ମେଡିକାଲ୍‌ କିଂବା ଡେଣ୍ଟାଲ୍‌ କଲେଜ୍‌ଗୁଡ଼ିକରେ ନାଅାଁ ଲେଖାଇବା ପ୍ରସଙ୍ଗ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଡୁକେସନ୍‌ର ଚୁଡ଼ାନ୍ତ ନିଷ୍ପତ୍ତି ନିର୍ଭର କରୁଛି।

ବାଦ୍‌ ପଡ଼ିଯାଇଥିବା ପ୍ରାର୍ଥୀମାନଙ୍କ ଆବେଦନ ପତ୍ର ପୂରଣ କରିବା ପାଇଁ ଶେଷ ତାରିଖ ଆଉ ସପ୍ତାହେ ବଢ଼ାଇ ଦେବାକୁ ପରୀକ୍ଷା ପରିଚାଳନା କରୁଥିବା ନେସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସିକୁ (ଏନ୍‌ଟିଏ)ଶୀର୍ଷ କୋର୍ଟ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଫର୍ମ ପୂରଣର ଶେଷ ତାରିଖ ନଭେମ୍ବର ୩୦ ତାରିଖ ଥିଲା।

ମେଡିକାଲ୍‌, ଡେଣ୍ଟାଲ୍‌ ଏବଂ ସେଭଳି କୋର୍ସ ଲାଗି ୨୦୧୯ ମସିହା ମେ ୫ ତାରିଖ ରବିବାର ଦିନ ନିଟ୍‌-ୟୁଜି ଜାତୀୟସ୍ତରୀୟ ପରୀକ୍ଷା ଆୟୋଜନ କରାଯିବ। ନବଗଠିତ ନେସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି ପ୍ରଥମ ଥର ଲାଗି ଏହି ପରୀକ୍ଷା ପରିଚାଳନା କରିବ।

୨୦୧୮ ନିଟ୍‌-ୟୁଜି ପରୀକ୍ଷାରେ ୧୩, ୨୩, ୬୭୨ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୧୦. ୫ ଲକ୍ଷ ପ୍ରାର୍ଥୀ ଇଂରାଜୀ ଭାଷାରେ ପରୀକ୍ଷା ଦେଇଥିବା ବେଳେ ୧.୫ ଲକ୍ଷ ପ୍ରାର୍ଥୀ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର