ନୂଆଦିଲ୍ଲୀ: ଭାରତରେ ଆଫ୍ରିକୀୟ ଚିତାବାଘ ରଖିବା ନିମନ୍ତେ ବର୍ଷ ବର୍ଷ ଧରି ଚାଲିଥିବା ଯୋଜନାକୁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପାନେଲ୍ ଗତ ସପ୍ତାହରେ ଅଗ୍ରାହ୍ୟ କରି ଦେଇଛନ୍ତି। ଅନ୍ୟୂନ ୫୦ ବର୍ଷ ହେବ ଭାରତରୁ ଚିତାବାଘ ବିଲୁପ୍ତ ହୋଇ ଯାଇଛି।
ଦକ୍ଷିଣ ଆଫ୍ରିକାର ମାର୍ନେଓ୍ଵିକ୍, ନାମିବ୍ୟାର ଏଲ୍ଏଲ୍ ମାର୍କର୍ ଏବଂ ଇଣ୍ଟର୍ନେସ୍ନାଲ୍ ୟୁନିୟନ୍ ଫର୍ କଞ୍ଜର୍ଭେସନ୍ ଅଫ୍ ନେଚର୍ଙ୍କ ଦ୍ୱାରା ରଚିତ ପେପର୍ ସମୀକ୍ଷା କରିବା ପରେ ସେଣ୍ଟ୍ରାଲ୍ ଏମ୍ପାଓ୍ଵାର୍ଡ କମିଟି ଦ୍ୱାରା ପ୍ରସ୍ତୁତ ରିପୋର୍ଟକୁ ଏହି ମାମଲାରେ ଆମିକସ୍ ଏଡିଏନ୍ ରାଓ ଦାଖଲ କରି କହିଛନ୍ତି କି, ଚିତାବାଘ ରହିବାକୁ ଆବଶ୍ୟକ ସ୍ଥାନ ଓ ଶିକାର ଭାତରରେ ନାହିଁ।
ଭାରତରେ ପୁଣି ଥରେ ଚିତାବାଘ ଛାଡ଼ିବାକୁ ୨୦୧୦ରେ କେନ୍ଦ୍ର ସରକାର ଏକ ଏକ୍ସ୍ପର୍ଟ ପାନେଲ୍ ଗଠନ କରିଥିଲେ। ମଧ୍ୟପ୍ରଦେଶର କୁନୋ ପାଲପୁର, ଗୁଜରାଟର ବେଲାବାନ୍ଦର ଜାତୀୟ ଉଦ୍ୟାନ ଏବଂ ରାଜସ୍ଥାନର ତାଲ ଚପାର ଅଭୟାରଣ୍ୟ ଚିତାବାଘ ରହିବାକୁ ଉପଯୁକ୍ତ ବୋଲି ଏହି ପାନେଲ୍ ସୁପାରିସ କରିଥିଲା।
ଚିତାବାଘ ବଞ୍ଚି ରହିବାକୁ ପ୍ରତି ୩ ଦିନରେ ଗୋଟିଏ ଲେଖାଁ ହରିଣ ଖାଏ। ତା’ଛଡ଼ା ଏହି ତିନୋଟି ସ୍ଥାନର ପରିସର ଚିତାବାଘମାନଙ୍କ ପାଇଁ ଯଥେଷ୍ଟ ନୁହେଁ। ଏହାର ଆଖପାଖରେ ମଣିଷ ବସବାସ କରୁଥିବାରୁ ଏ ସବୁ ସ୍ଥାନରେ ଚିତାବାଘ ରହିବା ଅନୁଚିତ। ଆଫ୍ରିକାରେ ଯେଉଁ ଅଞ୍ଚଳଗୁଡ଼ିକରେ ଚିତାବାଘ ରହୁଛନ୍ତି ତାହା ଜନମାନବ ଶୂନ୍ୟ।
ଭାରତକୁ ପୁଣି ଚିତାବାଘ ଅଣାଯିବା ବିରୋଧରେ ବନ୍ୟଜନ୍ତୁ କର୍ମୀମାନେ ବିରୋଧ କରି ସୁପ୍ରିମ୍ କୋର୍ଟରେ ପିଟିସନ୍ ଦାଏର୍ କରିଥିଲେ। ମାମଲାକୁ ବିଶେଷଜ୍ଞମାନଙ୍କ ଦ୍ୱାରା ଯାଞ୍ଚ୍ କରିବାକୁ ଅଦାଲତ ରାଓଙ୍କୁ କହିଥିଲେ। କିନ୍ତୁ, ପାନେଲ୍ ରିପୋର୍ଟ ଦାଖଲ କରିବା ପୂର୍ବରୁ ଗତମାସରେ ମଧ୍ୟପ୍ରଦେଶ ସରକାର ଆଫ୍ରିକାରୁ ଅଣାଯିବାକୁ ଥିବା ଚିତାବାଘଙ୍କ ପାଇଁ ଅନ୍ୟତ୍ର ରଖିବା ବ୍ୟବସ୍ଥା କରିବାକୁ ନେସ୍ନାଲ୍ ଟାଇଗର୍ କଞ୍ଜର୍ଭେସନ୍ ଅଥରିଟିଙ୍କୁ ଅନୁମତି ମାଗିଥିଲେ।
ଏହି ରି