ଲଖିମ୍‌ପୁର ଖେରି ହିଂସା ମାମଲା ତଦାରଖ ପାଇଁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରି ହିଂସାକାଣ୍ଡ ମାମଲା ତଦନ୍ତ ତଦାରଖ କରିବା ଲାଗି ସୁପ୍ରିମ୍‌ କୋର୍ଟ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ରାକେଶ କୁମାର ଜୈନଙ୍କୁ ନିଯୁକ୍ତ କରିଛନ୍ତି। ଉକ୍ତ ହିଂସାକାଣ୍ଡରେ ୪ଜଣ କୃଷକଙ୍କ ସମେତ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ।

ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନା କହିଛନ୍ତି, ମାମଲାର ସ୍ବଚ୍ଛତା ଏବଂ ନିର‌ପେକ୍ଷତା ସୁନିଶ୍ଚିତ କରିବା ଲାଗି ରାକେଶ ଜୈନ ତଦନ୍ତ ତଦାରଖ କରିବେ। କିନ୍ତୁ, ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନିର୍ଦେଶନାରେ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ଏସ୍‌ଆଇଟି) ଉକ୍ତ ମାମଲାର ତଦନ୍ତ ଜାରି ରଖିବ।

Image Courtney of The Financial Express

ଚାର୍ଜସିଟ୍‌ ଦାଖଲ ହେବା ପରେ ଆଜି ସୁପ୍ରିମ୍‌ କୋର୍ଟ ଲଖିମ୍‌ପୁର ଖେରି ମାମଲାର ଶୁଣାଣି କରିଥିଲେ। ଗତକାଲି ସରକାର ସୁପାରିସ କରିଥିବା ୩ଜଣ ପୁଲିସ ଅଧିକାରୀ ‘ଏସ୍‌ଆଇଟି’ ତଦନ୍ତରେ ଭାଗ ନେବେ ବୋଲି ଭାରତର ପ୍ରଧାନ ବିଚାରପତି କହିଛନ୍ତି।

ସମ୍ବନ୍ଧିତ ଖବର