ଲକଡାଉନ ସମୟରେ ସରକାର ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ସ୍କିମ ପ୍ରଚଳନ ସଂପର୍କରେ ବିଚାର କରନ୍ତୁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଏବେ ଦେଶରେ ଲକଡାଉନ ଲାଗୁ ରହିଥିବାବେଳେ ବିଭିନ୍ନ ଅଞ୍ଚଳରେ ଫସିରହିଥିବା ପ୍ରବାସୀ ଶ୍ରମିକ ଓ ଗରିବ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସବୁ ଲୋକମାନଙ୍କର ସମସ୍ୟାର ସମାଧାନ କରିବା ଲାଗି ସରକାର ଅସ୍ଥାୟୀ ଭାବେ ଗୋଟିଏ ଦେଶ-ଗୋଟିଏ ରେସନ କାର୍ଡ ବ୍ୟବସ୍ଥା ଲାଗୁ ବାବଦରେ ବିଚାର କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।

ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ସଂଜୟ କିଷନ କୌଲ ଓ ଜଷ୍ଟିସ ବିଆର ଗାଭାନିଙ୍କୁ ନେଇ ଏକ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି ଯେ ସରକାର ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ ରଖି ଏହି ସ୍କିମ ଲାଗୁ କରାଯାଇପାରିବ କି ନା ତାହା ବିଚାର କରନ୍ତୁ ।

ପୂର୍ବରୁ ଏହି ସ୍କିମ ଆସନ୍ତା ଜୁନ ମାସରୁ ଲାଗୁ ହେବା ଲାଗି ଯୋଜନା କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଗୋଟିଏ ରାସନ କାର୍ଡ ଦେଶର ସବୁ ରାଜ୍ୟରେ ବୈଧ ରହିବ । ଉଦାହରଣସ୍ୱରୂପ, ଓଡ଼ିଶାର ରାସନ କାର୍ଡକୁ ବ୍ୟବହାର କରି ପଂଜାବରେ ଖାସ୍ୟଶସ୍ୟ ଉଠାଇହେବ ।

ସମ୍ବନ୍ଧିତ ଖବର