କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହର ଏବେ ଭାରତରେ ତାଣ୍ଡବ କରୁଛି | ଅମ୍ଳଜାନର ଅଭାବ ସହ ଶଯ୍ୟାର ଅଭାବ ପାଇଁ ଦିନକରେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟୁଛି | ଦ୍ଵିତୀୟ ଲହର ପାଇଁ ଭାରତ ସରକାରଙ୍କୁ ସତର୍କ କରାଯାଇଥିଲେ ମଧ୍ୟ ସେ ଧ୍ୟାନ ଦେଇନଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ ବୋଲି କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ |

ଦିଲ୍ଲୀକୁ ଅମ୍ଳଜାନ ଯୋଗାଣ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ରକୁ କରୋନାଭାଇରସର ତୃତୀୟ ଲହର ପାଇଁ ଏକ ପ୍ୟାନ-ଇଣ୍ଡିଆ ପଦ୍ଧତି ପ୍ରସ୍ତୁତ କରିବାକୁ କହିଛନ୍ତି। ଏହାଦ୍ୱାରା ସାରା ଭାରତରେ ଅମ୍ଳଜାନର ଅଭାବ ରହିବ ନାହିଁ ଏବଂ ଲୋକଙ୍କୁ ଠିକ ସମୟରେ ଅମ୍ଳଜାନ ମିଳିବ | ଦ୍ଵିତୀୟ ଲହର ସମୟରେ ସରକାର ଯେଉଁ ଭୁଲ କରିଛନ୍ତି ତୃତୀୟ ଲହର ସମୟରେ ସେଭଳି ଭୁଲ ନକରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି | ଏହା ସହ ସାରା ଭାରତରେ କିପରି ଅମ୍ଳଜାନ ଗଛିତ ରହିବ, ସେ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି |

SC Lauds Mumbai's Oxygen Management, Asks Centre, Delhi Govt To Talks With  BMC
Moneycontrol

ଏହା ସହ ସୁପ୍ରିମ କୋର୍ଟ କହିଛନ୍ତି ଯେ, କରୋନାର ତୃତୀୟ ଲହରର ପରିଚାଳନା କରିବାକୁ ଆଜିଠୁ ପ୍ରସ୍ତୁତ ହୁଅନ୍ତୁ | ତୃତୀୟ ତରଙ୍ଗ ସମୟରେ ଛୋଟ ପିଲାମାନେ ପ୍ରଭାବିତ ହୋଇପାରନ୍ତି, ପିଲାମାନଙ୍କର ଟିକାକରଣ ନିଶ୍ଚିତ କରନ୍ତୁ | ଯଦି ସରକାର ତୃତୀୟ ଲହରର ମୁକାବିଲା କରିବାରେ ବିଫଳ ରହିବେ, ତେବେ ଏଥିପାଇଁ କେବଳ ସେ ଦାୟୀ ରହିବେ |

ସମ୍ବନ୍ଧିତ ଖବର