ସୁପ୍ରିମକୋର୍ଟ ବିଚାରପତିଙ୍କ ମୋଦୀଙ୍କୁ ପ୍ରଶଂସା, ଅସନ୍ତୋଷ ପ୍ରକାଶ କଲେ ବାର୍‌ ଆସୋସିଏସନ୍‌

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ନିକଟରେ ସରିଥିବା ଅନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀପ୍ରଶଂସା କରିଥିଲେ। ଆନ୍ତର୍ଜାତୀୟ ନ୍ୟାୟ ସମ୍ମିଳନୀରେ ଭୋଟ୍‌ ଅଫ୍‌ ଥ୍ୟାଙ୍କ୍‌ସ ଦେବା ଅବସରରେ ଜଷ୍ଟିସ୍‌ ମିଶ୍ର ମୋଦୀଙ୍କୁ ପ୍ରଶଂସା କରି ସେ ବହୁମୁଖୀ ପ୍ରତିଭାର ଅଧିକାରୀ ବୋଲି କହିଥିଲେ। କିନ୍ତୁ ବାର୍ ଆସୋସିଏସନ୍‌ ପକ୍ଷରୁ ଜଣେ ସୁପ୍ରିମକୋର୍ଟ ବିଚାରପତି ମୋଦୀଙ୍କୁ ପ୍ରଶଂସା କରିବା ବିଷୟରେ ଅସନ୍ତୋଷ ପ୍ରକାଶ କରାଯାଇଛି। ଏଭଳି କାର୍ଯ୍ୟ ନ୍ୟାୟପାଳିକାର ସ୍ବାଧୀନତା ଏବଂ ନିରପେକ୍ଷତାକୁ କ୍ଷୁଣ୍ଣ କରିଛି। ସରକାରଙ୍କ କାର୍ଯ୍ୟପାଳିକା ଶାଖାରୁ ବିଚାରପତିମାନେ ସମ୍ମାନସ୍ପଦ ଭାବେ ଯଥେଷ୍ଟ ଦୂରତା ଅବଲମ୍ବନ କରାଯିବା ଉଚିତ ବୋଲି ବାର୍‌ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର