ନୂଆଦିଲ୍ଲୀ: ଲଖିମ୍ପୁର ହିଂସାକାଣ୍ଡ ମାମଲାର ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କରି ତାଙ୍କୁ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ ନିର୍ଦେଶ ଦେଇଛନ୍ତି।
ଆଜି ଏ ସଂକ୍ରାନ୍ତରେ ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଆଶିଷ ମିଶ୍ରାଙ୍କୁ ଦେଇଥିବା ଜାମିନ ଆଦେଶକୁ ଖାରଜ କରି ସୁପ୍ରିମ୍ କୋର୍ଟ କହିଛନ୍ତି, ହାଇକୋର୍ଟ ନିଜ ବିଚାର ପରିସର ବାହାରକୁ ଚାଲିଯାଇ ବିଚାର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ପୀଡ଼ିତଙ୍କ ଅଧିକାରକୁ ଅଗ୍ରାହ୍ୟ କରିଛନ୍ତି।
ଆଜିର ଆଦେଶନାମାରେ ସୁପ୍ରିମ୍ କୋର୍ଟ କହିଛନ୍ତି, ହାଇକୋର୍ଟ କେତେକ ଅପ୍ରାସଙ୍ଗିକ ବିଷୟ ଏବଂ ମାମଲାକୁ ବିଚାରକୁ ନେଇଛନ୍ତି। ‘ଏଫ୍ଆଇଆର୍’ ଉପରେ ଅଯଥା ପ୍ରାଧାନ୍ୟ ଦେବାର କୌଣସି ନ୍ୟାୟିକ ଆବଶ୍ୟକତା ନ ଥିଲା।
Image Courtesy of The Better Andhraସ୍ମରଣଯୋଗ୍ୟ, ଉତ୍ତର ପ୍ରଦେଶର ଲଖିମ୍ପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗତବର୍ଷ ଅକ୍ଟୋବର ୯ ତାରିଖ ଦିନ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୩ ତାରିଖ ଦିନ ଲଖିମ୍ପୁର ଖେରୀରେ କୃଷକମାନଙ୍କ ଆନ୍ଦୋଳନ ବେଳେ ହିଂସାକାଣ୍ଡ ଘଟିବାରୁ ୪ଜଣ କୃଷକଙ୍କ ସମେତ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।
Image Courtesy of India Todayଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ ଜାମିନ ମଞ୍ଜୁର କରିବା ପରେ ଗିରଫ ହୋଇଥିବା ଆଶିଷ ମିଶ୍ରା ଜେଲ୍ରୁ ମୁକୁଳି ଥିଲେ। ଏଥିପାଇଁ ଆଶିଷ ମିଶ୍ରାଙ୍କ ଓକିଲ ଫେବ୍ରୁଆରି ୧୪ ତାରିଖ ଦିନ ୩ ଲକ୍ଷ ଲେଖାଏଁ ଟଙ୍କାର ୨ଟି ‘ବେଲ୍ ବଣ୍ଡ୍’ ଦାଖଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Ashish-Mishra-of-Lakhimpur-Kheri-Case_Thumbnail.jpg)