ବିଚାରପତି ଭାବରେ ୨୧ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ପ୍ରସ୍ତାବକୁ ସୁପ୍ରିମ୍‌କୋର୍ଟ କଲେଜିୟମ ଦେଲା ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣାଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ସୁପ୍ରିମକୋର୍ଟ କଲେଜିୟମର ଏକ ବୈଠକରେ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବରେ ୨୧ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ଦେବା ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣାଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଜଷ୍ଟିସ ୟୁୟୁ ଲଳିତ ଏବଂ ଜଷ୍ଟିସ୍‌ ଏଏମ ଖାନୱିଲକରଙ୍କୁ ନେଇ ଗଠିତ ଏହି କଲେଜିୟମ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସାତ ଜଣ ନ୍ୟାୟିକ ଅଧିକାରୀଙ୍କୁ ବିଚାରପତି ଭାବରେ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛି। ପଦୋନ୍ନତି ପାଇବାକୁ ଥିବା ନ୍ୟାୟିକ ଅଧିକାରୀଙ୍କ ନାମ ହେଉଛି- ଅଦୁସୁମଲୀ ଭେଙ୍କଟ ରବୀନ୍ଦ୍ର ବାବୁ, ଭାକ୍କାଲାଗାଡା ରାଧାକୃଷ୍ଣ କୃପା ସାଗର, ସୟମସୁନ୍ଦର ବନ୍ଦରୁ,  ଶ୍ରୀନିବାସ ଭୁଟୁକୁରୁ, ବୋପପାନା ଭାରାହା ଲକ୍ଷ୍ମୀ ନରସିଂହ ଚକ୍ରବର୍ତ୍ତୀ, ତାଲାପ୍ରାଗଡା ମଲ୍ଲିକାର୍ଜୁନ ରାଓ ଏବଂ ଡୁପପାଲା ଭେଙ୍କଟ ରମଣା।

ଆହ୍ଲାବାଦ ହାଇକୋର୍ଟରେ ବିଚାରପତି ଭାବରେ ନଅ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ପ୍ରସ୍ତାବକୁ ମଧ୍ୟ କଲେଜିୟମ ଅନୁମୋଦନ କରିଛି। ପଦୋନ୍ନତି ପାଇବାକୁ ଥିବା ନ୍ୟାୟିକ ଅଧିକାରୀଙ୍କ ନାମ ହେଉଛି- ରେଣୁ ଅଗ୍ରୱାଲ, ମହମ୍ମଦ ଆଝାର ହୁସେନ ଇଦ୍ରିସି, ରାମ ମନୋହର ନାରାୟଣ ମିଶ୍ର, ଜ୍ୟୋତ୍ସ୍ନା ଶର୍ମା, ମୟଙ୍କ କୁମାର ଜୈନ, ଶିବ ଶଙ୍କର ପ୍ରସାଦ, ଗଜେନ୍ଦ୍ର କୁମାର, ସୁରେନ୍ଦ୍ର ସିଂ-୧ ଏବଂ ନଲିନ କୁମାର ଶ୍ରୀବାସ୍ତବ।

ଜୁଲାଇ ୧୯, ୨୦୨୨ରେ ଅନୁଷ୍ଠିତ ବୈଠକରେ କଲେଜିୟମ କର୍ଣ୍ଣାଟକ ହାଇକୋର୍ଟରେ ପାଞ୍ଚ ଜଣ ନ୍ୟାୟିକ ଅଧିକାରୀଙ୍କୁ ବିଚାରପତି ଭାବରେ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଥିଲା। ପଦୋନ୍ନତି ପାଇବାକୁ ଥିବା ନ୍ୟାୟିକ ଅଧିକାରୀଙ୍କ ନାମ ହେଉଛି- ଅନୀଲ ଭୀମସେନ କାଟି, ଗୁରୁସିଦ୍ଦାୟା ବାସବରାଜା, ଚନ୍ଦ୍ରଶେଖର ମୃତୁଞ୍ଜୟ ଯୋଶୀ, ଉମେଶ ମଞ୍ଜୁନାଥଭତ ଆଦିଗା ଏବଂ ତାଲାଦ ଗିରିଗୌଡା ଶିବଶଙ୍କର ଗୌଡା।

ସମ୍ବନ୍ଧିତ ଖବର