ନୂଆଦିଲ୍ଲୀ: ଆଠଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ନିର୍ଦେଶ ଦେବା ପାଇଁ ଦାଏର ହୋଇଥିବା ପିଟିସନ୍କୁ ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।
ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଏ ମାମଲା ଜାତୀୟ ସଂଖ୍ୟାଲଘୁ କମିସନଙ୍କ ଦ୍ୱାରା ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଏଥିପାଇଁ କମିସନଙ୍କୁ ଭେଟିବାକୁ ଆବେଦନକାରୀଙ୍କୁ ଖଣ୍ଡପୀଠ କହିଛନ୍ତି।
ଜମ୍ମୁ ଏବଂ କଶ୍ମୀର, ପଞ୍ଜାବ, ଲକ୍ଷାଦ୍ୱୀପ, ମିଜୋରାମ, ନାଗାଲାଣ୍ଡ୍, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ଆଦି ଆଠଟି ରାଜ୍ୟରେ ଥିବା ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ପାଇଁ ଆଡ୍ଭୋକେଟ୍ ଅଶ୍ୱିନୀ କୁମାର ଉପାଧ୍ୟାୟ ଏକ ଜନସ୍ୱାର୍ଥ ମାଲା ରୁଜୁ କରିଥିଲେ।