ନୂଆଦିଲ୍ଲୀ : ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆରକୁ ନେଇ ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଏସଆଇଆର ପାଇଁ ଆଧାର କାର୍ଡ ସମେତ ୧୧ଟି ଦସ୍ତାବିଜ ଗ୍ରହଣୀୟ ହେବ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଏସଆଇଆର ପ୍ରକ୍ରିୟାରେ ୧୧ଟି ଡକ୍ୟୁମେଣ୍ଟ ସହିତ ଆଧାର କାର୍ଡକୁ ମଧ୍ୟ ଗ୍ରହଣ କରିବା ଉଚିତ ଏବଂ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଭୋଟର-ଅନୁକୂଳ କରିବା ଉଚିତ। ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ଏସଆଇଆର୍ ଅଧୀନରେ ଡ୍ରାଫ୍ଟ ଭୋଟର ତାଲିକାରୁ ନାମ ବାଦ ଦିଆଯାଇଥିବା ୬୫ ଲକ୍ଷ ଲୋକଙ୍କ ନାମ ଘୋଷଣା କରିଥିଲେ । ଏ ସଂପର୍କରେ କୋର୍ଟ କହିଛନ୍ତି ଯେ ଏହି ଲୋକମାନେ ଆଧାର ଓ ଅନ୍ୟ ଦସ୍ତାବିଜ ଦେଖାଇ ଅନଲାଇନ କିମ୍ବା ଅଫଲାଇନରେ ନିଜର ଦାବି ଦାଖଲ କରିପାରିବେ ।
ସେହିପରି ବୁଥ ସ୍ତରୀୟ ଏଜେଣ୍ଟମାନଙ୍କ ଦାବି ଗ୍ରହଣ କରି ସେମାନଙ୍କୁ ରସିଦ ଦିଆଯାଉ । ଏହା ସହିତ ଏହି ମାମଲାରେ ରାଜନୈତିକ ଦଳମାନଙ୍କୁ ପକ୍ଷଭୁକ୍ତ କରିବାକୁ ଓ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/22/sc-2025-08-22-16-27-26.jpg)