ଜଷ୍ଟିସ ଲୋୟା ମାମଲା : ପୂର୍ବ ରାୟର ପୁନର୍ବିଚାର କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସ୍ୱତନ୍ତ୍ର ସିବିଆଇ ବିଚାରପତି ଜଷ୍ଟିସ ବିଏଚ ଲୋୟାଙ୍କ ମୃତ୍ୟୁର ପୁନଃତଦନ୍ତ ଲାଗି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ପୁଣି ଥରେ ଖାରଜ କରିଦେଇଛନ୍ତି । ଗତ ଏପ୍ରିଲ ମାସରେ ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣାଇଥିବା ରାୟର ପୁନର୍ବିଚାର ପାଇଁ ବମ୍ବେ ଓକିଲ ସଂଘ ପକ୍ଷରୁ ଏହି ଆବେଦନ କରାଯାଇଥିଲା ।

ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏଏମ ଖାନଓ୍ଵିଲକର ଓ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରି କହିଛନ୍ତି ଯେ “ଏହି ପୁନର୍ବିଚାର ମାମଲାକୁ ପୁଙ୍ଖାନୁପୁଙ୍ଖଭାବେ ଅନୁଧ୍ୟାନ କରିବା ପରେ ପୂର୍ବ ରାୟକୁ ସଂଶୋଧିତ କରିବାର କୌଣସି କାରଣ ନଥିବା ହୃଦୟଙ୍ଗମ କରାଯାଇଥିଲା । ଏଣୁ ଏହି ମାମଲାକୁ ଖାରଜ କରାଗଲା ।”

ଗତ ଏପ୍ରିଲ ମାସରେ ମଧ୍ୟ ସୁପ୍ରିମକୋର୍ଟ ଏବାବଦରେ ଆଗତ ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରି ସ୍ୱଷ୍ଟ କରିଦେଇଥିଲେ ଯେ ଜଷ୍ଟିସ ଲୋୟାଙ୍କ ପ୍ରାକୃତିକ ମୃତ୍ୟୁ ହୋଇଛି । କୋର୍ଟ ସେତେବେଳେ ମଧ୍ୟ କହିଥିଲେ ଯେ ଜନସ୍ୱାର୍ଥମାମଲା ଗୁଡ଼ିକୁ ରାଜନୈତିକ ସ୍ୱାର୍ଥସାଧନ ପାଇଁ ବ୍ୟବହାର କରାଯାଉଛି ।

ସମ୍ବନ୍ଧିତ ଖବର