ଚୂଡାନ୍ତ ଏନଆରସି ତାଲିକା ପ୍ରକାଶନର ଶେଷ ତାରିଖ ଅଗଷ୍ଟ ୩୧କୁ ବୃଦ୍ଧି

ନୂଆଦିଲ୍ଲୀ : ଆସାମରେ ଚାଲିଥିବା ଜାତୀୟ ନାଗରିକ ପଂଜୀକରଣ ବା ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି)ର ଚୂଡାନ୍ତ ତାଲିକା ପ୍ରକାଶନର ଶେଷ ତାରିଖକୁ ଆଉ ମାସକ ପାଇଁ ବଢାଇଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଏହି ଏନଆରସି ପ୍ରକାଶନର ଶେଷ ତାରିଖ ଜୁଲାଇ ୩୧ ଥିବାବେଳେ ଏବେ ତାହାକୁ ଅଗଷ୍ଟ ୩୧କୁ ବୃଦ୍ଧି କରାଯାଇଛି । ତାଲିକାରେ ସାମିଲ ହୋଇଥିବା କେତେକ ବେଆଇନ ଅନୁପ୍ରବେଶକାରୀଙ୍କୁ ହଟାଇବା ଓ ବାଦ ପଢିଥିବା କେତେକ ଭାରତୀୟ ନାଗରୀକଙ୍କୁ ସାମିଲ କରିବା ନିମନ୍ତେ ଆଉ କିଛି ଦିନ ସମୟ ଦେବାକୁ ଉଭୟ ଆସାମ ସରକାର ଓ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଗତ ୧୭ ତାରିଖରେ ଉଭୟ କେନ୍ଦ୍ର ସରକାର ଓ ଆସାମ ସରକାର ସୁପ୍ରିମକୋର୍ଟରେ ଏହି ସମୟ ସୀମା ବଢାଇବାକୁ ଦାବି କରିଥିଲେ । ବାଂଲାଦେଶକୁ ଲାଗିଥିବା ଜିଲ୍ଲାଗୁଡ଼ିକର ୨୦ପ୍ରତିଶତ ନମୁନା ଓ ଅନ୍ୟ ଜିଲ୍ଲାଗୁଡିକର ୧୦ ପ୍ରତିଶତ ନମୁନା ଯାଞ୍ଚ ଲାଗି ଏହି ସମୟ ମଗାଯାଇଥିଲା ।

ସମ୍ବନ୍ଧିତ ଖବର