ଚିଦମ୍ବରମଙ୍କ ଅନ୍ତରୀଣ ସୁରକ୍ଷା ସମୟ ଆସନ୍ତା କାଲି ପର୍ଯ୍ୟନ୍ତ ବଢାଇଲେ କୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ଅନ୍ତରୀଣ ସୁରକ୍ଷା ସମୟକୁ ଆସନ୍ତା କାଲି ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଅର୍ଥାତ ଆସନ୍ତା କାଲି ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି ଚିଦମ୍ବରମଙ୍କୁ ଗିରଫ କରିପାରିବ ନାହିଁ । ଜଷ୍ଟିସ ଆର.ଭାନୁମତୀ ଓ ଜଷ୍ଟିସ ଏଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଇଡି ପକ୍ଷରୁ ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟଙ୍କୁ ଜଣାଇଛନ୍ତି ଯେ ଚିଦମ୍ବରମ ଭିକ୍ଟିମ କାର୍ଡ ଖେଳୁଛନ୍ତି ଯେପରିକି ଇଡି ତାଙ୍କୁ ଗିରଫ କରିପାରିବ ନାହିଁ । ଇଡି ଓ ସିବିଆଇ ତାଙ୍କୁ ବିନା କାରଣରେ ଟାର୍ଗେଟ କରୁନାହାନ୍ତି, ସେ ବେଆଇନ ଅର୍ଥ କାରବାରରେ ଲିପ୍ତ ଥିବାର ନିର୍ଦ୍ଦିଷ୍ଟ ଓ ଅକାଟ୍ୟ ପ୍ରମାଣ ସିବିଆଇ ଓ ଇଡି ନିକଟରେ ରହିଛି । ଇଡି ପକ୍ଷରୁ କୁହାଯାଇଛି ଯେ କିପରି ବେଆଇନ ଅର୍ଥ କାରବାର ହୋଇଥିଲା ଓ କେଉଁମାନେ ସଂପୃକ୍ତ ତାହାର ପ୍ରମାଣ ରହିଛି । ଏବେ ମଧ୍ୟ ଏହି କାରବାର ଚାଲିଛି ।

ସମ୍ବନ୍ଧିତ ଖବର