ସ୍ୱାମୀ ଓମ୍‌ଜୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା, ୮ ସପ୍ତାହରେ ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଦାଏର କରାଯାଇଥିବା ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଆଜି ବିବାଦୀୟ ସ୍ୱାମୀ ଓମ୍‌ଜୀଙ୍କୁ ଆଠ ସପ୍ତାହ ଭିତରେ ୫ ଲକ୍ଷ ଟଙ୍କାର ଜରିମାନା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ ୨୦୧୭ରେ ସ୍ୱାମୀ ଓମ୍‌ଜୀ ତତ୍କାଳୀନ ସୁପ୍ରିମକୋର୍ଟର ବିଚାରପତି ଦୀପକ ମିଶ୍ରଙ୍କ ପ୍ରଧାନ ବିଚାରପତି ପଦରେ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ଜେ ଏସ୍ କେହେର ଏହି ମାମଲାକୁ ପବ୍ଲିସିଟି ଷ୍ଟଣ୍ଟ (stunt) କହି ସ୍ୱାମୀ ଓମ୍‌ଜୀଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା କରିଥିଲେ। ସେହି ସମୟରେ ସ୍ୱାମୀ ଓମ୍‌ଜୀ ଜରିମାନା ପାଇଁ ତାଙ୍କ ପାଖରେ ଅର୍ଥ ନଥିବା ଦର୍ଶାଇଥିଲେ। ଆଜି ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼, ବିଚାରପତି ଇନ୍ଦିରା ବାନାର୍ଜୀ ଓ ବିଚାରପତି ଇନ୍ଦୁ ମଲହୋତ୍ରାଙ୍କ ଖଣ୍ଡୀପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଖଣ୍ଡପୀଠ ୮ ସପ୍ତାହ ଭିତରେ ୫ ଲକ୍ଷ ଟଙ୍କା ଜରିମାନା ଦାଖଲ କରିବା ସହିତ ଅନୁପାଳନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର