ଧାରା ୩୭୦ ପ୍ରସଙ୍ଗରେ ସାମ୍ବିଧାନିକ ବେଞ୍ଚ ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ଏକାଧିକ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଆଜି ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି । ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ଆସନ୍ତା ମାସ ପ୍ରାରମ୍ଭରୁ ଏହି ମାମଲାର ଶୁଣାଣି ଆରମ୍ଭ କରିବ । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରର ତାପରେ ଆସିଥିବା କେତେକ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମାର  ସାମ୍ବିଧାନିକ ବୈଧତା ଏହି ଖଣ୍ଡପୀଠ ଯାଞ୍ଚ କରିବ ।

ଗତ ଅଗଷ୍ଟମାସରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ  ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରକୁ ଚ୍ୟାଲେଞ୍ଜ କରି ଆଗତ ମାମଲା ଗୁଡ଼ିକୁ ସାମ୍ବିଧାନିକ ବେଞ୍ଚକୁ ପଠାଇଦଇଥିଲେ । କେନ୍ଦ୍ର ସରକାର ଗତ ଅଗଷ୍ଟ ୫ରେ  ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ନ୍ୟାସନାଲ କନଫରେନ୍ସ, ପିପୁଲ୍ସ କନଫରେନ୍ସ,,ଏମଏଲ ଶର୍ମା ଓ ଆଉ କେତେକ ଲୋକ ସୁପ୍ରିମ କୋର୍ଟରେ ମାମଲା ଦାଏର କରିଥିଲେ ।

ସମ୍ବନ୍ଧିତ ଖବର