ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତିର ଅଭିଯୁକ୍ତ ଖ୍ରୀଷ୍ଟିଆନ ମିସେଲ ଜେମ୍ସକୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଦୁର୍ନୀତି ମାମଲାରେ କୋର୍ଟ ମିସେଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୬ ବର୍ଷ ଜେଲରେ ରହିବା ଆଧାରରେ କୋର୍ଟ ମିସେଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ତ୍ତମୂଳକ ଜାମିନ ପ୍ରଦାନ କରି କହିଛନ୍ତି ଯେ ମିସେଲ ପାସପୋର୍ଟ ନବୀକରଣ କରିବା ପରେ ଏହାକୁ ଆତ୍ମସମର୍ପଣ କରିବାକୁ ପଡ଼ିବ। ପୂର୍ବରୁ ସିବିଆଇ ମାମଲାରେ ଦିଲ୍ଲୀ ହାଇକୋର୍ଟ ଜାମିନ ନାମଞ୍ଜୁର କରିଥିଲେ। ଏହି ନିଷ୍ପତ୍ତି ବିରୋଧରେ ମିଶେଲ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ଖ୍ରୀଷ୍ଟିଆନ ମିସେଲ ଜେମ୍ସଙ୍କ ଜାମିନ ଆବେଦନକୁ ଖାରଜ କରି କହିଥିଲେ ଯେ ଜେମ୍ସ ତାଙ୍କର ଅଧା ଦଣ୍ଡାଦେଶ କାଟିସାରିଥିବାରୁ ତାଙ୍କୁ ଜାମିନରେ ମୁକ୍ତ କରାଯିବା ଉଚିତ ବୋଲି ଯୁକ୍ତି ଗ୍ରହଣ କରାଯାଇପାରିବ ନାହିଁ। ଜେମ୍ସ ସିଆରପିସିର ଧାରା ୪୩୬-ଏ ଅନୁଯାୟୀ ଜାମିନ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ, ୩୬୦୦ କୋଟି ଟଙ୍କାର ଅଗସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଦଲାଲ ଖ୍ରୀଷ୍ଟିଆନ ମିସେଲ ଜେମ୍ସ ୬ ବର୍ଷ ହେଲା ଜେଲରେ ଅଛି। ଏହି ମାମଲାର ତଦନ୍ତ ସିବିଆଇ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/18/ra65PJfka6JWoKzoGfIl.jpeg)