ଧାରା ୩୭୦: ଜମ୍ମୁ କାଶ୍ମୀରରେ କଟକଣା ନେଇ ସୁପ୍ରିମ୍‌ କୋର୍ଟ ରାୟ ଆଜି

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଜାରି ହୋଇଥିବା‌ କଟକଣାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ସୁପ୍ରିମକୋର୍ଟ‌ରେ ହୋଇଥିବା ଏକାଧିକ ଆବେଦନ ଉପରେ କୋର୍ଟ ଆସନ୍ତାକାଲି ରାୟ ଶୁଣାଇବେ। ଜଷ୍ଟିସ୍‌ ଏନ୍‌ ଭି ରମଣା, ଆର ସୁଭ‌ାଷ ‌ରେଡ୍ଡି ଏବଂ ଜଷ୍ଟିସ୍‌ ବି.ଆର୍‌. ଗବାଇଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରି ଗତ ବର୍ଷ ନଭେମ୍ବର ୨୭ରେ ରାୟ ସଂରକ୍ଷିତ ରଖିଥିଲେ। ଆସନ୍ତାକାଲି କୋର୍ଟ ଏନେଇ ରାୟ ଶୁଣାଇବେ।

ସମ୍ବନ୍ଧିତ ଖବର