ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ଚୟନ ନେଇ ହୋଇପାରୁନାହିଁ ସହମତି ! ପ୍ରଚଳିତ ପରମ୍ପରା ଭଙ୍ଗ ହୋଇପାରେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଏସ ଏ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ଦୁଇ ମାସ ବାକି ଅଛି। ତାଙ୍କୁ ୧୪ମାସ ପାଇଁ ପ୍ରଧାନ ବିଚାରପତି ପଦରେ ନିଯୁକ୍ତ କରାଯାଇଥିଲା। ଏବେ ତାଙ୍କର ଅବସର ନେବାର ସମୟ ପାଖେଇ ଆସୁଥିଲେ ମଧ୍ୟ ବୋବଡେଙ୍କ ନେତୃତ୍ୱରେ ଗଠିତ ହୋଇଥିବା କଲେଜିୟମ ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପରବର୍ତ୍ତୀ ବିଚାରପତି ଭାବରେ କିଏ ନିର୍ବାଚିତ ହେବ ସେ ନେଇ ପ୍ରଥମ ସୁପାରିଶ ଦାଖଲ କରିପାରିନାହାନ୍ତି । ଏହା ସୂଚିତ କରୁଛି ଯେ, ଚଳିତ ବର୍ଷ ଏପ୍ରିଲ ୨୩ରେ ଅବସର ନେବାକୁ ଥିବା ପ୍ରଧାନ ବିଚାରପତି ଏସଏ ବୋବଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ କୌଣସି ନାମ ସୁପାରିଶ ନ କରି ଅବସର ନେଇପାରନ୍ତି।

ଗତ ୨୦୧୫ରେ ଏପରି ଘଟଣା ଘଟିଥିଲା, ଯେତେବେଳେ ପ୍ରଧାନ ବିଚାରପତି ଏଚ ଏଲ ଦତ୍ତୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ କୌଣସି ନାମ ସୁପାରିଶ ନକରି ଅବସର ନେଇଥିଲେ। ତେବେ ୨୦୨୧ରେ ମଧ୍ୟ ସେଭଳି କିଛି ଘଟିପାରେ ବୋଲି ଆଶଙ୍କା କରାଯାଉଛି।

ସୂଚନା ମୁତାବକ, ସୁପ୍ରିମକୋର୍ଟ କଲେଜିୟମରେ ପ୍ରଧାନ ବିଚାରପତିଙ୍କ ସମେତ ଥିବା ପାଞ୍ଚଜଣ ବରିଷ୍ଠ ବିଚାରପତି ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି କାହାକୁ କରାଯିବ, ସେନେଇ ସ୍ଥିର କରିପାରିନାହାନ୍ତି। ଗୋଟିଏ ନାମକୁ ନେଇ ୫ଜଣ ଏକମତ ହୋଇପାରି ନଥିବାରୁ ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ପାଇଁ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାଁ ସୁପାରିଶ କରାଯାଇପାରିନାହିଁ।

कॉलेजियम में गतिरोध: SC में अगले न्‍यायधीश के लिए बिना सिफारिश पेश किए रिटायर हो जाएंगे एसए बोबडे?
oneindia

ସୂତ୍ରରୁ ଜଣାପଡ଼ିଛି ଯେ, ସୁପ୍ରିମକୋର୍ଟ କଲେଜିୟମର ୫ଜଣ ସଦସ୍ୟ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଅକିଲ କୁରେଶିଙ୍କ ନାଁକୁ ନେଇ ଏକମତ ହୋଇପାରୁନାହାନ୍ତି। କିଛି ସଦସ୍ୟ ଜଷ୍ଟିସ ଅକିଲଙ୍କୁ ପ୍ରଧାନ ବିଚାରପତି କରିବାକୁ ଚାହୁଁଥିବା ବେଳେ କିଛି ଜଷ୍ଟିସ ଅକିଲଙ୍କୁ ପ୍ରଧାନ ବିଚାରପତି କରିବାକୁ ମନା କରୁଛନ୍ତି। ନଭେମ୍ବର ୨୦୧୯ରେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଜଷ୍ଟିସ୍ ବୋବଡେଙ୍କ ନେତୃତ୍ୱାଧୀନ କଲେଜିୟମ୍ ହାଇକୋର୍ଟ ପାଇଁ ଅନେକ ବିଚାରପତିଙ୍କ ନାଁ ସୁପାରିଶ କରିଥିବାବେଳେ ସୁପ୍ରିମକୋର୍ଟ ବିଚାରପତି ପଦବୀ ପାଇଁ କୌଣସି ନାମ ସୁପାରିଶ କରିନାହାନ୍ତି।

ଜଷ୍ଟିସ୍ ବୋବଡେ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହେବା ପରଠାରୁ ୨୫ରୁ ଅଧିକ ବୈଠକ ହୋଇଥିବା ବେଳେ ଚଳିତ ବର୍ଷ ଅତି କମରେ ତିନିଟି ବୈଠକ ହୋଇଛି। ହେଲେ ବୈଠକରେ ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ପାଇଁ ବିଚାରପତିଙ୍କ ନାଁ ସୁପାରିଶ କରିବାକୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର