ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ୭ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ସେମାନେ କନୌଟ ପ୍ୟାଲେସ ପୁଲିସ ଷ୍ଟେସନରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ହେଲେ ପୁଲିସ୍ ଏଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଦେଖି କୁସ୍ତିଯୋଦ୍ଧା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏପ୍ରିଲ ୨୩ରୁ ସେମାନେ ପୁଣି ଯନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଏଥିସହିତ ଏକ ଆବଦେନ ପତ୍ର ନେଇ ଗତକାଲି କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ସମେତ ୬ଜଣ ମହିଳା କୁସ୍ତିଯୋଦ୍ଧା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଉ ନ୍ୟାୟ ଭିକ୍ଷା ମାଗିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ଆସନ୍ତା ଶୁକ୍ରବାର ଏପ୍ରିଲ ୨୮ ତାରିଖରେ ଶୁଣାଣି କରିବେ ବୋଲି ସୂଚନା ଦେଇଛନ୍ତି।
ଏଥିସହିତ କୁସ୍ତିଯୋଦ୍ଧାଙ୍କ ଆବେଦନକୁ କେନ୍ଦ୍ର କରି ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରି ପ୍ରଶ୍ନ କରିଛନ୍ତି କି, ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ କାହିଁକି ଏଫଆଇଆର ରୁଜୁ ହୋଇନାହିଁ? ଏହାର କାରଣ ଜାଣିବା ନିହାତି ଜରୁରୀ।
ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ କି, ‘ମହାସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଏପ୍ରିଲ ୨୧ ତାରିଖରେ କନୌଟ ପ୍ୟାଲେସ ପୁଲିସ ଷ୍ଟେସନରେ ସେମାନେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ଏଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।