ନୂଆଦିଲ୍ଲୀ: ବିହାରରେ ହୋଇଥିବା ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ (ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଏସଆଇଆରକୁ ନେଇ ନିର୍ବାଚନ କମିସନଙ୍କ ଆଭିମୁଖ୍ୟକୁ ଠିକ ବୋଲି କହିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଧାର ଭାରତର ନାଗରିକତାର ଏକ ନିର୍ଣ୍ଣାୟକ ପ୍ରମାଣପତ୍ର ବୋଲି ସ୍ବୀକାର କରାଯାଇପାରିବ ନାହିଁ। ଏହି ପରିଚୟପତ୍ରକୁ ଯାଞ୍ଚ କରିବାକୁ ହେବ । ସୁପ୍ରିମକୋର୍ଟଙ୍କ ଏହି ରାୟ ଫଳରେ ବିରୋଧୀ ଦଳମାନଙ୍କୁ ଏକ ବଡ଼ ଧକ୍କା ଲାଗିଛି ଓ ନିର୍ବାଚନ କମିସନ ଆଶ୍ବସ୍ତ ହୋଇଛନ୍ତି।

Advertisment

କୋର୍ଟରେ ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ ନିର୍ବାଚନ କମିସନ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଓ ରାସନ କାର୍ଡକୁ ନାଗରିକତା ପ୍ରମାଣପତ୍ର ଭାବେ ସ୍ବୀକାର କରୁନାହାନ୍ତି । ଯଦି କମିସନ ଭାବୁଛନ୍ତି ଯେ ଜଣେ ବ୍ୟକ୍ତି ନାଗରିକ ନୁହନ୍ତି ବୋଲି ତାହାକୁ ପ୍ରମାଣ କରିବା ତାଙ୍କର ଦାୟିତ୍ବ।

କୋର୍ଟରେ ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ ନିର୍ବାଚନ କମିସନ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଓ ରାସନ କାର୍ଡକୁ ନାଗରିକତା ପ୍ରମାଣପତ୍ର ଭାବେ ସ୍ବୀକାର କରୁନାହାନ୍ତି । ଯଦି କମିସନ ଭାବୁଛନ୍ତି ଯେ ଜଣେ ବ୍ୟକ୍ତି ନାଗରିକ ନୁହନ୍ତି ବୋଲି ତାହାକୁ ପ୍ରମାଣ କରିବା ତାଙ୍କର ଦାୟିତ୍ବ। ଏହାର ଜବାବରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ ଯେ ଜଣେ ବ୍ୟକ୍ତି କିଛି ନା କିଛି ନାଗରିକତା ପ୍ରମାଣପତ୍ର ରହିବା ଆବଶ୍ୟକ । ଗୋଟିଏ ସିମ କ୍ରୟ ବେଳେ ବି ପ୍ରମାଣପତ୍ର ଆବଶ୍ୟକ ପଡ଼ିଥାଏ। ଯେତେବେଳେ ଜଣେ ବ୍ୟକ୍ତି ଆଧାର ସହିତ ଅନ୍ୟ ପ୍ରମାଣପତ୍ର ଯେପରିକି ଆଧାର କାର୍ଡ ଦାଖଲ କରନ୍ତି ସେତେବେଳେ ନିର୍ବାଚନ କମିସନ ତାହାର ସତ୍ୟାସତ୍ୟ ଯାଞ୍ଚ କରିବା ଆବଶ୍ୟକ ହୋଇଥାଏ ।