ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦର ଶୁଣାଣି ବେଳେ ସୁପ୍ରିମ୍କୋର୍ଟ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିଜେପି ଓ ଆପ୍ ମଧ୍ୟରେ ବିବାଦରେ ୮ଟି 'ଅବୈଧ' ଭୋଟ୍ ର ଶୁଣାଣି କରିଛନ୍ତି। ଏହାକୁ ବୈଧ ବୋଲି ବିବେଚନା କରାଯିବ ଏବଂ ଏହାକୁ ଆଧାର କରି ଫଳାଫଳ ଘୋଷଣା କରାଯିବ।

Advertisment

ପ୍ରଧାନ ବିଚାରପତି ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ୮ଟି ବ୍ୟାଲଟ୍ ପେପର ମାଗିଥିଲେ ଏବଂ କହିଥିଲେ ଯେ ସେ ୮ଟି ଅବୈଧ ବାଲଟ୍ ପେପର ଦେଖିବାକୁ ଚାହୁଁଛନ୍ତି, ଯାହା ପରେ ବାଲାଟ୍ ପେପର କୋର୍ଟକୁ ଦିଆଯାଇଥିଲା। ଏହି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ୮ଟି ବାଲଟ୍ ପେପରରେ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଭୋଟ୍ ଦିଆଯାଇଥିଲା। କୋର୍ଟ ସମସ୍ତ ପକ୍ଷଙ୍କୁ ବାଲଟ୍ ପେପର ଦେଖିବାକୁ ଅନୁମତି ଦେବା ପରେ ମସିହ ଏବଂ ତାଙ୍କ ଓକିଲ ମୁକୁଲ ରୋହତଗୀ ମଧ୍ୟ ଏହାକୁ ଦେଖିଥିଲେ। ଏହି ସମୟରେ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଏହାକୁ ଅଦାଲତ ଅବମାନନା ବୋଲି କହିବା ସହ ଏହାକୁ ଜଘନ୍ୟ ଅପରାଧ ବୋଲି କହିଥିଲେ। ଏଥିସହିତ ୮ଟି ଅବୈଧ ଭୋଟକୁ ମଧ୍ୟ ବୈଧ ବୋଲି ବିବେଚନା କରି ପୁନଃଗଣତି କରି ଫଳାଫଳ ଘୋଷଣା କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।