ନୂଆଦିଲ୍ଲୀ: ଆସାମର ଚୂଡ଼ାନ୍ତ ଏନ୍ଆର୍ସି (ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର) ଚିଠା ତାଲିକାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ସମାଲୋଚନା କରୁଥିବା ବେଳେ ଆଜି ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ମଧ୍ୟ ଏ ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି। ବିଶେଷକରି ତାଲିକାରୁ ବାଦ୍ ପଡ଼ିଥିବା ୪୦ ଲକ୍ଷ ଲୋକଙ୍କ ସୁରକ୍ଷାକୁ ନେଇ ସର୍ବୋଚ୍ଚ ଅଦାଲତ ଚିନ୍ତାପ୍ରକଟ କରିଛନ୍ତି। ଏ ନେଇ କେନ୍ଦ୍ରକୁ ନିର୍ଦ୍ଦେଶ ଜାରି କରି ଅଦାଲତ କହିଛନ୍ତି, ଏହା ଏକ ଚିଠା ରିପୋର୍ଟ ହୋଇଥିବାରୁ ୪୦ ଲକ୍ଷ ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ନୁହେଁ। କେନ୍ଦ୍ର ସରକାର ଏ ଦିଗରେ ଭାବିଚିନ୍ତି ପଦକ୍ଷେପ ନେବା ଉଚିତ। ଚୂଡ଼ାନ୍ତ ତାଲିକା ପାଇଁ ଲୋକଙ୍କ ଦାବି ଓ ଆପତ୍ତିକୁ ଗ୍ରହଣ ଲାଗି ଉପଯୁକ୍ତ ବ୍ୟବସ୍ଥା ନିମନ୍ତେ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଚାରପତି ରଞ୍ଜନ ଗୋଗୋଇ ଓ ଆର୍ ଏଫ୍ ନରିମାନ୍ଙ୍କ ଖଣ୍ଡପୀଠ ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ଦାବି ଓ ଆପତ୍ତିକୁ ଗ୍ରହଣ କରି ଏହା ଉପରେ କିଭଳି ନିଷ୍ପତ୍ତି ନିଆଯିବ ସେ ନେଇ ୧୬ ଅଗଷ୍ଟ ସୁଦ୍ଧା ଜଣାଇବା ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମ୍କୋର୍ଟ ଖଣ୍ଡପୀଠଙ୍କୁ ଦିଆଯାଇଥିବା ଏନ୍ଆରସି ତାଲିକାରେ ୪୦ ଲକ୍ଷରୁ ଅଧିକ ଲୋକ ବାଦ୍ ପଡ଼ିଥିବା ଦର୍ଶାଯାଇଥିଲା ଏବଂ ୩୭.୫୯ଲୋକଙ୍କ ଆବେଦନକୁ ଖାରଜ କରିଦିଆଯାଇଥିବା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି ।
ଏନ୍ଆର୍ସି ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ:କାର୍ଯ୍ୟାନୁଷ୍ଠାନ କରନାହିଁ
/sambad/media/post_attachments/wp-content/uploads/2018/08/Supreme-Court-on-NRC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)