ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରାଇବାକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି।
ସୁଶାନ୍ତ ସିଂ ରାଜପୁତ ପରିବାର ଓ ରିୟା ଚକ୍ରବର୍ତ୍ତୀଙ୍କ ପରିବାର ମଧ୍ୟରେ ଚାଲିଥିବା ଏହି ମାମଲାର ରାୟ ଘୋଷଣା କରିଛନ୍ତି ବିଚାରପତି ହୃଷିକେଶ ରାୟ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲରେ ଏହା ହେଉଛି ସୁପ୍ରିମ୍ କୋର୍ଟଙ୍କ ଚତୁର୍ଥ ଶୁଣାଣି। ଅଗଷ୍ଟ ୫ ତାରିଖ ଦିନ ପ୍ରଥମ ଶୁଣାଣିରେ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଥିଲେ ଯେ, ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ବିହାର ସରକାରଙ୍କ ଅନୁମୋଦନକୁ ସେମାନେ ଗ୍ରହଣ କରିଛନ୍ତି।
Image Courtesy of Zee Newsଜୁଲାଇ ୨୫ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସାମୁଏଲ୍ ମହିନ୍ଦ୍ରା ଓ ଶ୍ରୁତି ମୋଦୀଙ୍କ ବିରୋଧରେ ପାଟନାର ରାଜୀବ ନଗର ଥାନାରେ ଅଭିଯୋଗ ଦାଏର କରିଥିଲେ। ସେହି ଅଭିଯୋଗ ଆଧାରରେ ପାଟନା ପୁଲିସ ଏଫ୍ଆଇଆର୍ ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷେ, ମୁମ୍ବାଇ ପୁଲିସ ଜୁନ୍ ୧୪ ତାରିଖ ଦିନ ଏକ ଆକସ୍ମିକ ମୃତ୍ୟୁ ରପୋର୍ଟ ଦାଏର କରି ମାମଲାର ତଦନ୍ତ ଚଳାଇ ଥିଲା। ଏଫ୍ଆଇଆର୍ ହେବା ପରେ ରିୟା ଏହି ମାମଲା ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ସୁପ୍ରିମ୍ କୋର୍ଟରେ ନିବେଦନ କରିଥିଲେ।
Image Courtesy of India Todayଏହି ମାମଲାରେ ଅଗଷ୍ଟ ୧୩ ତାରିଖରେ ହୋଇଥିବା ଶୁଣାଣିରେ ସମସ୍ତ ପକ୍ଷ ସୁପ୍ରିମ୍ କୋର୍ଟରେ ଚୂଡ଼ାନ୍ତ ଲିଖିତ ଦଲିଲ ଦାଏର କରିଥିଲେ। କେବଳ ଏଫ୍ଆଇଆର୍ ଦରଜ ହୋଇଥିବାରୁ ଏହାକୁ ପ୍ରଭାବହୀନ ମାମଲା କହିବା ସହ ତଦନ୍ତ ଭାର ସିବିଆକୁ ହସ୍ତାନ୍ତର ହୋଇଥିବା ଦର୍ଶାଇ ବିହାର ସରକାର ମଧ୍ୟ ରିୟାଙ୍କ ଆବେଦନ ଖାରଜ କରିବାକୁ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/CBI-Investigation-Orders-For-Sushant-Singh-Death-Case_Thumbnail_2.jpg)