ପୋଲାଭରମ ପ୍ରକଳ୍ପ ବିବାଦ: ଓଡ଼ିଶା, ଛତିଶଗଡ଼ରେ ଜନଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ନେଇ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି। ସୁପି୍ରମକୋର୍ଟ ଏହି ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଜନଶୁଣାଣିର କଣ ସବୁ ନିୟମ ଓ ସର୍ତ୍ତାବଳୀ ରହିବ ସେ ନେଇ ଆସନ୍ତା ଶନିବାର ସୁଦ୍ଧା ସତ୍ୟପାଠ ମାଧ୍ୟମରେ ସୁପ୍ରିମ୍‌କୋର୍ଟକୁ ଅବଗତ କରିବାକୁ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଏସ ଏ ନଜୀରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରସରକାରଙ୍କ ସତ୍ୟପାଠ ଆଧାରରେ ଆସନ୍ତା ସୋମବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଆଜି ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶା ବିଶେଷ ଭାବେ କ୍ଷତି ହେଉଥିବା ନେଇ ଓଡ଼ିଶା ପକ୍ଷରୁ ଅଭିଯୋଗ କରାଯାଉଛି। ଏପରିକି ଛତିଶଗଡ଼ ମଧ୍ୟ ପେଲାଭରମ ପ୍ରକଳ୍ପ ନେଇ ଆପତ୍ତି ଉଠାଇଲା। ତେଣୁ ଏହି ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ଆରମ୍ଭ ହୋଇଛି। ଆଜି ପୋଲାଭରମ ପ୍ରକଳ୍ପ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣୀ କରିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି। କେନ୍ଦ୍ର ସରକରେ ମଧ୍ୟ ଏହି ଦୁଇ ରାଜ୍ୟରେ ଜନଶୁଣାଣି କରିବାକୁ ରାଜି ହୋଇଥିଲେ। ତେବେ ଜନଶୁଣାଣିର ସର୍ତ୍ତାବଳୀ ଶନିବାର ସୁଦ୍ଧା ସୁପ୍ରିମକୋର୍ଟଙ୍କୁ ଅବଗତ କରିବାକୁ ଆଜି ମାନ୍ୟବର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଛନ୍ତି।

ସମ୍ବନ୍ଧିତ ଖବର