ନୂଆଦିଲ୍ଲୀ: ଆଜି ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀମାନଙ୍କୁ ଆଇନ ଅନୁଯାୟୀ ପଦୋନ୍ନତି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ମଧ୍ୟବର୍ତ୍ତୀକାଳୀନ ଅନୁମତି ଦେଇଛନ୍ତି। ସୁପ୍ରିମ କୋର୍ଟର ସାମ୍ବିଧାନିକ ବେଞ୍ଚ ଏହି ମାମଲାରେ ସେମାନଙ୍କ ଚୁଡ଼ାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କୁ ଆେଇନ ଅନୁଯାୟୀ ପଦୋନ୍ନତି ଦେଇପାରିବେ ବୋଲି ଆଜି ସୁପ୍ର୍ରିମ କୋଟର ଏକ ବେଞ୍ଚ ରାୟ ଦେଇଛନ୍ତି । ତେବେ ଏହି ପଦୋନ୍ନତି ଦେବା ବେଳେ ସରକାର କେଉଁ ଆଇନକୁ ଅନୁପାଳନ କରିବେ ସେ ନେଇ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଦେଇ ନାହାଁନ୍ତି।
ସୁପ୍ରିମକୋର୍ଟରେ କେନ୍ଦ୍ର୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସୋଲିସିଟର ଜେନେରାଲ ମନିନ୍ଦର ସିଂହ ସୁପ୍ରିମ କୋର୍ଟକୁ ଅବଗତ କରିଥିଲେ ଯେ ସରକାର କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ବାଧ୍ୟ। ମାତ୍ର ବିଭିନ୍ନ ହାଇକୋର୍ଟରେ ଏ ନେଇ ଦିଆାଯାଇଥିିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ସରକାର ନିଜ କର୍ମଚାରୀମାନଙ୍କୁ ପଦୋନ୍ନତି ଦେଇ ପାରୁ ନାହାଁନ୍ତି। ଫଳରେ ପଦନ୍ନୋତି କ୍ଷେତ୍ରରେ ସ୍ଥାଣୁତା ଦେଖାଦେଇଛି।ଏ ପରିପ୍ରେକ୍ଷୀରେ ସୁପି୍ରମ କୋର୍ଟ କହିଥିଲେ ଯେ ପଦୋନ୍ନତି ଆଇନ ଅନୁଯାଇ ଦିଆଯାଉ। ସରକାର ଆଇନ ଅନୁଯାୟୀ ପଦୋନ୍ନତି ଦେବାକ୍ଷେତ୍ରରେ ଆଗେଇ ଯାଇ ପାରନ୍ତି, କିନ୍ତୁ ସୁପ୍ରିମ କୋର୍ଟ ସେମାନଙ୍କୁ କେଉଁ ଆଇନ ଅନୁଯାୟୀ ପଦୋନ୍ନତି ଦିଆଯିବ ସେ କଥା କହି ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp