ନୂଆଦିଲ୍ଲୀ: ଶାହିନ୍ ବାଗରୁ ଜବରଦଖଲ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୋମବାର ଦିନ ସୁପ୍ରିମକୋର୍ଟ ତାଗିଦ କରିବା ସହ ପ୍ରଶ୍ନ କରିଛନ୍ତି ଯେ ଏହି ମାମଲାରେ ପୀଡିତଙ୍କ ବଦଳରେ ରାଜନୈତିକ ଦଳ କାହିଁକି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି? ଜବରଦଖଲ ଉଚ୍ଛେଦ ବିରୋଧରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ (ସିପିଆଇଏମ) ଦଳ ପିଟିସନ ଦାଖଲ କରିଥିବା ବେଳେ ସୁପ୍ରିମକୋର୍ଟ ତାଗିଦ କରିବା ପରେ ଦଳ ପିଟିସନ ଫେରାଇ ନେଇଛି।
ସିପିଆଇଏମ ଦକ୍ଷିଣ ଦିଲ୍ଲୀର ବେଆଇନ ନିର୍ମାଣ ବିରୋଧରେ ଏମସିଡି ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଏଥିରେ ବିରକ୍ତି ପ୍ରକାଶ କରିବା ସହ ସୁପ୍ରିମକୋର୍ଟ କହିଥିଲେ ଯେ, ସିପିଆଇଏମ କାହିଁକି ଜବରଦଖଲ ଉଚ୍ଛେଦକୁ ବିରୋଧ କରୁଛି। ଉଚ୍ଛେଦ ଦ୍ବାରା ପ୍ରଭାବିତ ହୋଇଥିବା ଲୋକେ ପିଟିସନ ଦାଖଲ କରିବା କଥା। ଜବରଦଖଲ ଉଚ୍ଛେଦ ଦ୍ବାରା ଦଳର କେଉଁ ମୌଳିକ ଅଧିକାର ଉଲଂଘନ ହୋଇଛି? ଶାହିନ୍ ବାଗରେ ହୋଇଥିବା ଜବରଦଖଲ ଉଚ୍ଛେଦର କ’ଣ କେହି ପୀଡ଼ିତ ନାହାନ୍ତି? ତେବେ ସୁପ୍ରିମକୋର୍ଟ ଏଭଳି କହିବା ବିରକ୍ତି ପ୍ରକାଶ କରିବା ପରେ ଏବେ ସିପିଆଇଏମ ଦାଖଲ କରିଥିବା ପିଟିସନ ଫେରାଇ ଆଣିଛି।
ତେବେ ଶୁଣାଣି ପୂର୍ବରୁ ଆଜି ମଧ୍ୟ ଦିଲ୍ଲୀ ପୁଲିସ ସହାୟତାରେ ‘ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ’ ଜବରଦଖଲ ନିରୋଧୀ ଅଭିଯାନ ଆରମ୍ଭ କରିବା ମାତ୍ରେ ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ଶାହୀନ୍ବାଗ୍ର ବାସିନ୍ଦାମାନେ ପ୍ରତିବାଦ ଆରମ୍ଭ କରିଥିଲେ। ଉଚ୍ଛେଦ ଅଭିଯାନ ପାଇଁ ଆସୁଥିବା ବୁଲ୍ଡୋଜର୍ଗୁଡ଼ିକୁ ଅଟକାଇବା ଲାଗି ସ୍ଥାନୀୟ ଜନସାଧାରଣ ରାସ୍ତା ଉପରେ ବସିଯାଇଥିଲେ। ଏହା ଫଳରେ ଜବରଦଖଲ ଉଚ୍ଛେଦ ହୋଇପାରିନାହିଁ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ସ-90.jpg)
