ଅଫଲାଇନ ହେବ ସମସ୍ତ ବୋର୍ଡ ପରୀକ୍ଷା, ରୋକ ଲଗାଇବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିବିଏସଇ, ଆଇସିଏସଇ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଫଲାଇନ ମୋଡରେ ହେବ। ଅଫଲାଇନ ମୋଡରେ ବୋର୍ଡ ପରୀକ୍ଷା ହେବା ନେଇ ଘୋଷଣା ହେବା ପରେ ଏହାକୁ କରିବାକୁ ବିରୋଧ କରି ଦାୟର ହୋଇଥିବା ପିଟିସନକୁ ଖାରଜ କରି ଆଜି ଏହି ରାୟ ଶୁଣାଛନ୍ତି ସୁପ୍ରିମକୋର୍ଟ। ଅଫଲାଇନ ପରୀକ୍ଷା ବିରୋଧରେ ଦାୟର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏପରି ପିଟିସନ ଉପରେ ଶୁଣାଣି କରିବାର କୌଣସି କାରଣ ନାହିଁ। ଏହିପରି ପିଟିସନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆବେଦନକାରୀ ଅଫଲାଇନ ମୋଡରେ ବୋର୍ଡ ପରୀକ୍ଷାକୁ ବିରୋଧ କରି ପିଟିସନରେ ଲେଖିଥିଲେ ଯେ, କୋଭିଡ କାରଣରୁ ପିଲାମାନେ ଅନଲାଇନରେ ପାଠ ପଢ଼ିଛନ୍ତି। କରୋନାର ପ୍ରଭାବ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅଫଲାଇନ ମୋଡରେ ବୋର୍ଡ ପରୀକ୍ଷା ନକରି ଛାତ୍ରଛାତ୍ରୀମାନଙ୍କର ମୂଲ୍ୟାଙ୍କନ ପାଇଁ ଅନ୍ୟ କିଛି ଉପାୟ ବାହାର କରିବା ଉଚିତ୍।

SC rejected plea to postpone CBSE ICSE exams as planned ANN

ଶିଶୁ ଅଧିକାର କର୍ମୀ ଅନୁଭା ଶ୍ରୀବାସ୍ତବ ସାହାଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ, ଏପ୍ରିଲ ୨୬ରୁ ବୋର୍ଡ ପରୀକ୍ଷା କରିବା ନେଇ ସିବିଏସ୍ଇ ବିଜ୍ଞପ୍ତି ଜାରି କରିଛି। ଅନ୍ୟ କେତେକ ରାଜ୍ୟ ମଧ୍ୟ ବୋର୍ଡ ପରୀକ୍ଷା ନେଇ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। କିନ୍ତୁ ଅଧିକାଂଶ ଶିକ୍ଷା ବୋର୍ଡ ଏହାକୁ ନେଇ ଆଲୋଚନା କରୁଛନ୍ତି। ପିଲାମାନେ କରୋନା ପାଇଁ ଅନଲାଇନ୍ ପାଠ ପଢ଼ିଛନ୍ତି। ଅନେକ ପିଲା ଏମିତି ମଧ୍ୟ ଅଛନ୍ତି, ଯେଉଁମାନେ ଅନଲାଇନ ମୋଡରେ ପାଠ ପଢ଼ିପାରିନାହାନ୍ତି। କରୋନା ବିପଦ ଏବେ ବି ଜାରି ରହିଛି। ଏହା ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ। ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ଉପସ୍ଥିତ ହେବାକୁ କହିବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ହେଲେ ଅନୁଭା ଶ୍ରୀବାସ୍ତବ ସାହାଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ ଖାରଜ କରି ଧାର୍ଯ୍ୟ ତାରିଖରେ ଅଫଲାଇନ ମୋଡରେ ପରୀକ୍ଷା ହେବ ବୋଲି ସ୍ପଷ୍ଟ କରିଛନ୍ତିି ସୁପ୍ରିମକୋର୍ଟ।

ସମ୍ବନ୍ଧିତ ଖବର