ମସଜିଦରେ ମହିଳାଙ୍କ ପ୍ରବେଶ ଅଧିକାର ସମ୍ପର୍କୀତ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ମସଜିଦରେ ମହିଳାଙ୍କ ପ୍ରବେଶକୁ ନେଇ ଆଗତ ଏକ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।  ଏ ସଂପର୍କରେ  ହିନ୍ଦୁ ମହାସଭା-କେରଳ ଶାଖା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।  କିନ୍ତୁ ମସଜିଦରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ହିନ୍ଦୁମହାସଭା ଏକ ପ୍ରଭାବିତ ପକ୍ଷ ନୁହେଁ ବୋଲି କୋର୍ଟ କହିବା ସହ ମାମଲାକୁ ରଦ୍ଦ କରିଦେଇଛନ୍ତି । ଏକ ମୌଳିକ ଅଧିକାର ହନନ ମାମଲାରେ  ପ୍ରଥମେ କେଉଁ ଅଧିକାରର ହନନ ହେଲା ତାହା ଦର୍ଶାଯିବା ଆବଶ୍ୟକ । କିନ୍ତୁ ଏ କ୍ଷେତ୍ରରେ ସେ ସଂପର୍କିତ ପ୍ରମାଣ ସଂଲଗ୍ନ ହୋଇନାହିଁ ।

ସାବରିମାଲା ମାମଲାରେ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ଗତ ବର୍ଷ ଅନୁମତି ଦେବା ପରେ ମସଜିଦରେ ମହିଳାଙ୍କ ପ୍ରବେଶ ଦାବି କରି  ଅଖିଳଭାରତ ହିନ୍ଦୁ ମହାସଭା-କେରଳ ଶାଖା ପକ୍ଷରୁ କେରଳ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । କିନ୍ତୁ କେରଳ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହା ବିରୋଧରେ ହିନ୍ଦୁମହାସଭା ସୁପ୍ରିମକୋର୍ଟକୁ ଯାଇଥିଲା ।

ସମ୍ବନ୍ଧିତ ଖବର