ଧାରା ୩୭୭ ସଂପର୍କିତ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୭ ସଂପର୍କିତ ନିଜର ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିିତ ରଖିଛନ୍ତି । ଏହି ଧାରା ୩୭୭ ଅନୁସାରେ ସମଲିଙ୍ଗି ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାଯାଉଛି । ଏହି ଧାରାକୁ ଉଠାଇଦେବା ସପକ୍ଷରେ ଓ ବିପକ୍ଷରେ ଯୁକ୍ତି କରିଥିବା ଓକିଲମାନଙ୍କୁ ନିଜର ପକ୍ଷ ଲିଖିତଆକାରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଆର ଏଫ ନାରିମନ, ଏଏମ ଖାନଓ୍ଵିଲକର, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ସାମ୍ବିଧାନିକ ଏ ସଂପର୍କିତ ରାୟକୁ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ସପ୍ତାହରେ କେନ୍ଦ୍ର ସରକାର ଏ ସଂପର୍କିତ ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ଉପରେ ଛାଡିଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ଏହି ଆଇନକୁ ଉଠାଇ ଦେବା ସପକ୍ଷରେ ଥିବାର ସଂକେତ ଦେଇଥିଲେ । ୨୦୦୯ରେ ଦିଲ୍ଲୀ ହାଇକୋର୍ଟ ଏହି ଧାରାକୁ ଉଠାଇଦେବା ସପକ୍ଷରେ ରାୟ ଦେଇଥିଲେ ।

ସମ୍ବନ୍ଧିତ ଖବର