ପୌର ନିର୍ବାଚନ ସଂରକ୍ଷଣ: ସରକାରଙ୍କୁ ଝଟ୍‌କା, ୫୦% ଡେଇଁବନି ସଂରକ୍ଷଣ ସୀମା

ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ : ପୌର ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ଆଜି ସୁପ୍ରିମକୋର୍ଟ ପୂର୍ବରୁ ହାଇେକାର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି। ଏହା ସୂଚାଇଛି ଯେ କୌଣସି ବି ପରିସ୍ଥିତିେର ସଂରକ୍ଷଣ ୫୦ ପ୍ରତିଶତ ଟପିବନାହିଁ। ଏଥିସହିତ ରାଜ୍ୟ ସରକାରଙ୍କ ଆବେଦନ ସର୍ବୋଚ୍ଚ ଅଦାଲତରେ ଖାରଜ େ ହୋଇଯାଇଛି।

ଗତ ଏପ୍ରିଲ ୧୮ ତାରିଖରେ ହାଇକୋର୍ଟ ପୌର ନିର୍ବାଚନରେ ସଂରକ୍ଷଣ ସର୍ବାଧିକ ୫୦ ପ୍ରତିଶତ ରହିବା ସଂପର୍କରେ ରାୟ ଶୁଣାଇଥିେଲ। ଏହା ବିେରାଧରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ବରିଷ୍ଠ ବିଚାରପତି ଉଦୟ ଉେମଶ ଲଳିତ, ବିଚାରପତି ସଂଜୟ କିଷନ କୌଲଙ୍କ କୋର୍ଟରେ ହୋଇଥିଲା।

ଆଜି ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍ ଯୁକ୍ତି ରଖିଥିେଲ। ସେ କହିଥିେଲ, ହାଇେକାର୍ଟ ଦେଇଥିବା ରାୟ ଉପରେ ଏକପାଖିଆ ରହିତାେଦଶ ଜାରି କରାଯାଉ। କେ କ୍ରିଷ୍ଣମୂର୍ତି ବନାମ ଭାରତ ସରକାରଙ୍କ ମାମଲାେର ସଂରକ୍ଷଣ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି, ସେ ନେଇ ଶ୍ରୀ ସୁବ୍ରମଣ୍ୟମ୍ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିେଲ। ଇନ୍ଦିରା ବନାମ ଭାରତ ସରକାରଙ୍କ ରାୟକୁ ଆଧାର କରି ହାଇେକାର୍ଟ ତାଙ୍କ ରାୟ ଶୁଣାଇଛନ୍ତି ବୋଲି ଯୁକ୍ତି ରଖି ଶ୍ରୀ ସୁବ୍ରମଣ୍ୟମ୍ କହିଥିେଲ, ପୌର ନିର୍ବାଚନ ନେଇ ପୂର୍ବରୁ ଯେଉଁ ସଂରକ୍ଷଣ ନିୟମ ଲାଗୁ ହୋଇଥିଲା, ତାହାକୁ କୋର୍ଟ ଅନୁମତି ଦିଅନ୍ତୁ।

ପୌର ନିର୍ବାଚନରେ ଅନୁସୂଚିତ ଅଞ୍ଚଳକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନରଖିବା ପାଇଁ ହାଇେକାର୍ଟ ନିେର୍ଦଶ େଦଇଥିଲେ। ହାଇକୋର୍ଟଙ୍କ ରାୟ ଉପରେ ରହିତାେଦଶ ଜାରି କରାନଗଲେ, ତାହା ଆଗାମୀ ନିର୍ବାଚନ ଉପରେ ପ୍ରଭାବ ପକାଇବ ଓ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକମାେନ ପୌର ନିର୍ବାଚନରେ ଭାଗ ନେବାରୁ ବଞ୍ଚିତ ହେବେ। ଏହା ଏସବୁ ବର୍ଗର ରାଜନୈତିକ ଭାଗିଦାରୀକୁ ପ୍ରଭାବିତ କରିବ ବୋଲି ରାଜ୍ୟ ସରକାର ପିଟିସନ୍‌ରେ ଦର୍ଶାଇଥିଲେ।

ପିଟିସନର ଏସବୁ ପ୍ରସଙ୍ଗକୁ ଉଲ୍ଲେଖ କରି ଶ୍ରୀ ସୁବ୍ରମଣ୍ୟମ୍ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିେଲ ହେଁ ତାଙ୍କର କୌଣସି ଯୁକ୍ତି ବା ତର୍କ କୋର୍ଟଙ୍କୁ ପ୍ରଭାବିତ କରିପାରିନଥିଲା। ଏଥିସହିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆେବଦନକୁ ଖାରଜ କରିେଦଇଥିେଲ।

ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏଭଳି ନିେର୍ଦଶନାମାକୁ ନେଇ ରାଜ୍ୟ ସରକାର ଅକଳରେ ପଡିଯାଇଛନ୍ତି। ସରକାର ଆଇନଗତ ତର୍ଜମା କରୁଛନ୍ତି ବୋଲି ପୌର ପ୍ରଶାସନ ନିର୍ଦେଶକ କହିଛନ୍ତି ।

ତେବେ ବିରୋଧୀଦଳ କହିଛି ଯେ ରାଜ୍ୟ ସରକାର ନିଜ ଉଦ୍ୟମରେ ସଫଳ ହୋଇଛନ୍ତି । ସେପ୍ଟେମ୍ବର ୩୦ ସୁଦ୍ଧା ୯୦ଟି ପୌର ପାଳିକାର କାର୍ଯ୍ୟକାଳ ସରିଥିଲା । ତା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । କିନ୍ତୁ ସରକାର ମାମଲାକୁ ଆଳ କରି ଅତି ଚତୁରତାର ସହ ନିର୍ବାଚନକୁ ଟାଳି ଦେବାକୁ ସକ୍ଷମ ହୋଇଛନ୍ତି।

୨୦୧୨ ପଞ୍ଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ଟପିଥିଲା। ଏହା ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଙ୍ଘନ କରୁଛି ବୋଲି ଦର୍ଶାଇ ହାଇକୋର୍ଟରେ ଅନେକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବର୍ତମାନ ଅନୁସୂଚିତ ଜାତି (୧୬.୨୫ ପ୍ରତିଶତ) ଓ ଜନଜାତି (୨୨.୫୦ ପ୍ରତିଶତ)ଙ୍କ ପାଇଁ େମାଟ ୩୮.୭୫ ପ୍ରତିଶତ ସଂରକ୍ଷଣ ରହିଛି। ଅର୍ଥାତ୍ ପଛୁଆ ବର୍ଗଙ୍କ ପାଇଁ ସର୍ବାଧିକ ୧୧.୨୫ ପ୍ରତିଶତ ସ୍ଥାନ ଖାଲି ରହିବ। ପୂର୍ବରୁ ଏହା ୨୭ ପ୍ରତିଶତ ଥିଲା।

ସମ୍ବନ୍ଧିତ ଖବର