ନୂଆଦିଲ୍ଲୀ: ଗ୍ୟାସ ଚାମ୍ବର ଭିତରେ କାହିଁକି ଲୋକମାନେ ରହିବେ । ଗୋଟିଏ ଥରରେ ସେମାନଙ୍କୁ ମାରିଦେବା ଦରକାର । ଦିଲ୍ଲୀରେ ପ୍ରଦୂଷଣ ବଢିବାକୁ ନିୟନ୍ତ୍ରଣ କରିବା ଦିଗରେ ସରକାର କଣ ପଦକ୍ଷେପ ନେଇଛନ୍ତି, ସେହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ୧୫ଟି ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ଆଣି ଲୋକମାନଙ୍କୁ ଗୋଟିଏ ଥରରେ ମାରିଦେବା ଦରକାର । କାହିଁକି ଲୋକମାନେ ବାୟୁ ପ୍ରଦୂଷଣକୁ ବରଦାସ୍ତ କରିବେ ବୋଲି କୋର୍ଟ ପ୍ରଶ୍ନ ଉଠାଇଛନ୍ତି ।
/sambad/media/post_attachments/wp-content/uploads/2019/11/supreme-court-newsclick.jpg)
ଏହାକୁ ନେଇ ଦିଲ୍ଲୀରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି । ଯାହାକି ସେମାନଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି ବିଚାରପତି ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ । ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାର ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟକୁ ଦୂର କରି ବିଚାର ବିମର୍ଶ ମାଧ୍ୟମରେ ୧୦ ଦିନ ମଧ୍ୟରେ ଏକ ଯୋଜନା ପ୍ରସ୍ତୁତ କରନ୍ତୁ ।
ଏହି ଯୋଜନା ମୁତାବକ ଦିଲ୍ଲୀରେ କିପରି ଏୟାର ପିୟୁରିଫାଇଂ ଟାୱାର ସ୍ଥାପନ କରାଯାଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ପ୍ରଦୂଷଣ ବଢିବା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣକୁ ନେଇ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି ।