ନୂଆଦିଲ୍ଲୀ: ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ଭଳି ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଦନ୍ତହୀନ। ଏହାର କୌଣସି ଦାନ୍ତ ନାହିଁ ବୋଲି ଆଜି (ଶୁକ୍ରବାର) ସୁପ୍ରିମକୋର୍ଟ କହିଛନ୍ତି।
ବିବାଦୀୟ ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ଶୁଣାଣି ଚାଲିଥିବା ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ଭଳି ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀରେ କୌଣସି ଦାନ୍ତ ନାହିଁ। କାରଣ ଦଣ୍ଡବିଧାନ କରିବା ପାଇଁ କେନ୍ଦ୍ର ଏହି ନୂତନ ନିର୍ଦ୍ଦେଶାବଳୀରେ କୌଣସି ପ୍ରକାରର ପ୍ରାବଧାନ ନାହିଁ। ଏଥିସହ ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ନିର୍ଦ୍ଦେଶନାମା ଜାରି ପରିବର୍ତ୍ତେ ଓଟିଟି ପ୍ଲାଟଫର୍ମ ସବୁକୁ ନିୟନ୍ତ୍ରଣ କରିବା ପାଇଁ ଏକ ଯାନ୍ତ୍ରିକ ବ୍ୟବସ୍ଥା ପ୍ରଣୟନ କରିବା ପାଇଁ ଆଇନ୍ କରାଯିବା ଆବଶ୍ୟକ।
/sambad/media/post_attachments/wp-content/uploads/2021/03/ott_platform.jpeg)
ଆଜିର ଶୁଣାଣି କାଳରେ ସୁପ୍ରିମକୋର୍ଟ ବିବାଦୀୟ ୱେବ୍ ସିରିଜ୍ ‘ତାଣ୍ଡବ’କୁ କେନ୍ଦ୍ରକରି ଦାଖଲ ହୋଇଥିବା ଏଫ୍ଆଇଆରରେ ଆମାଜନ ପ୍ରାଇମ ଭିଡିଓର ଭାରତ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଛନ୍ତି। ଆମାଜନ ପ୍ରାଇମ ଭିଡିଓ ଏବଂ ପୁରୋହିତଙ୍କ ପାଇଁ ଖଣ୍ଡପୀଠଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ ମୁକୁଲ ରୋହତଗୀ କହିଛନ୍ତି ଯେ ମନ୍ତ୍ରାଳୟର ପରାମର୍ଶ କ୍ରମେ ଦୁଇଟି ଦୃଶ୍ୟ ହଟାଇ ଦିଆଯାଇଛି।
/sambad/media/post_attachments/wp-content/uploads/2021/03/Tandav.jpg)
ଆମେ ଅଶ୍ଳୀଳତା ଦେଖାଇବୁ ନାହିଁ। ସମଗ୍ର ବିଶ୍ୱରେ ଆମାଜନ ଏବଂ ନେଟଫ୍ଲିକ୍ସ ପ୍ରଦର୍ଶିତ ହେଉଛି। ଏଥିରେ କୌଣସି ଅଶ୍ଳୀଳତା ନାହିଁ। ପ୍ଲାଟଫର୍ମରେ ବହୁତ ଭଲ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି ବୋଲି କହିଛନ୍ତ ଆଡଭୋକେଟ୍ ରୋହତଗୀ।
ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ୍ ଆରଏସ ରେଡ୍ଡୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟ ‘ତାଣ୍ଡବ’ ବିବାଦକୁ ନେଇ ଆଗତ ଏଫ୍ଆଇଆର ଉପରେ ଅପର୍ଣ୍ଣା ପୁରୋହିତଙ୍କ ଆଗୁଆ ଜାମିନ ଆବେଦନ ଉପରେ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/OTT.jpg)