ପ୍ରବାସୀ ଶ୍ରମଜୀବୀ ଅଟକ ପାଇଁ ଗୃହୀତ ପଦକ୍ଷେପର ଷ୍ଟାଟସ୍ ରିପୋର୍ଟ ସରକାରଙ୍କୁ ମାଗିଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରବାସୀ ଶ୍ରମଜୀବୀମାନଙ୍କୁ ଅଟକାଇବା ପାଇଁ ଗୃହୀତ ପଦକ୍ଷେପ ସମ୍ବନ୍ଧୀୟ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ମଙ୍ଗଳବାର ସୁଦ୍ଧା ଏହି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଅଦାଲତ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଲକଡାଉନ୍ ଜାରି ହୋଇଥିବା ସମୟରେ ସହରମାନଙ୍କରୁ ବହୁସଂଖ୍ୟକ ପ୍ରବାସୀ ଶ୍ରମଜୀବୀ ନିଜ ନିଜର ଗ୍ରାମକୁ ଫେରି ଯାଉଛନ୍ତି । ଏହି ଆତଙ୍କିତ ଶ୍ରମଜୀବୀମାନେ ଏବେ କରୋନାଭାଇରସ୍ ଠାରୁ ବଡ଼ ସମସ୍ୟା ସୃଷ୍ଟି କରିଛନ୍ତି ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି ।

Image Source: Zee News

ଆଇନଜୀବୀ ଅଲଖ ଆଲୋକ ଶ୍ରୀବାସ୍ତବ ଏବଂ ରଶ୍ମି ବଂଶଲଙ୍କ ଦ୍ୱାରା ପ୍ରବାସୀ ଶ୍ରମଜୀବୀ ସମସ୍ୟା ବିଷୟରେ ଭିଡିଓ କନଫରେନସିଙ୍ଗ୍ ମାଧ୍ୟମରେ ଦୁଇଟି ପୃଥକ୍ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ ଏବଂ ବିଚାରପତି ଏଲ୍ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । କୌଣସି ନିର୍ଦେଶ ଦେବା ପୂର୍ବରୁ ସେମାନେ କେନ୍ଦ୍ର ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ।

ସମ୍ବନ୍ଧିତ ଖବର