ସୁପ୍ରିମକୋର୍ଟରେ କେନ୍ଦ୍ର ଓ ରାଜ୍ୟ ସୂଚନା କମିସନର ନିଯୁକ୍ତି ମାମଲା : ଓଡ଼ିଶା ସମେତ ୯ ରାଜ୍ୟକୁ ଷ୍ଟାଟସ୍ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ : କେନ୍ଦ୍ର ଓ ରାଜ୍ୟମାନଙ୍କରେ ସୂଚନା କମିସନରଙ୍କ ନିଯୁକ୍ତିରେ ବିଳମ୍ବ ହେଉଥିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଓଡ଼ିଶା ସମେତ ୯ ରାଜ୍ୟଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ, ଫେବ୍ରୁଆରି ୧୫ ଆଦେଶର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିବା ପାଇଁ କହିଛନ୍ତି। ଫେବ୍ରୁଆରି ୧୫ ତାରିଖ ଆଦେଶରେ ସୁପ୍ରିମକୋର୍ଟ କେନ୍ଦ୍ର ତଥା ରାଜ୍ୟମାନଙ୍କରେ ଖାଲି ରହିଥିବା ସୂଚନା କମିସନର ପଦ ପୂରଣ ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ।

ଜଣାଶୁଣା ସୂଚନା ଅଧିକାରୀ କର୍ମୀ ଅଞ୍ଜଳି ଭରଦ୍ବାଜଙ୍କ ଦ୍ବାରା ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ର ତଥା ଓଡ଼ିଶା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ଭଳି ୯ଟି ରାଜ୍ୟରେ ସୂଚନା କମିସନର ପଦ ଖାଲି ରହିଥିବାରୁ କେନ୍ଦ୍ର ଓ ସମ୍ପୃକ୍ତ ରାଜ୍ୟଙ୍କୁ ନିର୍ଦ୍ଦେଶ ଜାରି କରିବା ପାଇଁ ଆବେଦନ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା, ସୁପ୍ରିମକୋର୍ଟ ଫେବ୍ରୁଆରୀ ୧୫, ୨୦୧୯ରେ ଆଦେଶ ସତ୍ତ୍ବେ କେନ୍ଦ୍ର ତଥା ତିନି ୯ଟି ରାଜ୍ୟରେ ଏବେ ବି ସୂଚନା କମିସନରଙ୍କ ପଦ ଖାଲିପଡ଼ିଛି। ସୁପ୍ରିମକୋର୍ଟର ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ତଥା ତିନି ରାଜ୍ୟ ଓଡ଼ିଶା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ସମେତ ସମୁଦାୟ ୯ଟି ରାଜ୍ୟକୁ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ୪ ସପ୍ତାହ ପରେ ହେବ। ଆବେଦନକାରୀ ଅଞ୍ଜଳୀ ଭରଦ୍ବାଜଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନରେ ଓଡ଼ିଶା ରାଜ୍ୟ ସୂଚନା କମିସନରେ ମୁଖ୍ୟ କମିସନରଙ୍କ ସମେତ ତିନି ଜଣ ସୂଚନା କମିସନର କାର୍ଯ୍ୟ କରୁଥିବା ଉଲ୍ଲେଖ କରାଯାଇଛି। ମେ’ ୨୦୧୯ ରେ ଜଣେ ସୂଚନା କମିସନରଙ୍କ ଅବସର ପରେ କମିସନ ଦୁଇ ଜଣ ସୂଚନା କମିସନରଙ୍କ ସହିତ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା। ଏହାପରେ ଆଉ ଜଣେ କମିସନରଙ୍କୁ ନିଯୁକ୍ତି ଦିଆଯାଇ ଥିବା ପିଟିସନରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର