କଲିକତା ହାଇକୋର୍ଟ ଦେଇଥିବା ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ, ଏହି ସର୍ତ୍ତ ସହ ପଶ୍ଚିମବଙ୍ଗରେ ଫୁଟିବ ବାଣ

କୋଲକାତା: ଅକ୍ଟୋବର ୩୦ରେ ଦୀପାବଳି, କାଳୀପୂଜା ସମେତ ଅନ୍ୟାନ୍ୟ ପର୍ବପର୍ବାଣିରେ ସମଗ୍ର ପଶ୍ଚିମବଙ୍ଗରେ ସମସ୍ତ ପ୍ରକାର ବାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ କଲିକତା ହାଇକୋର୍ଟ। ହେଲେ ଆଜି କଲିକତା ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଏ ଏମ ଖାନୱିଲକର ଏବଂ ଅଜୟ ରାସ୍ତୋଗୀଙ୍କ ଏକ ସ୍ୱତନ୍ତ୍ର ଖଣ୍ଡପୀଠ କହିଛନ୍ତି ଯେ, ପରିବେଶର ଗୁଣବତ୍ତା ମଧ୍ୟମ ଥିବା ଅଞ୍ଚଳରେ ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକର ବ୍ୟବହାର କରାଯାଇପାରିବ।

ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ। ଏଭଳି ନକରି ବାଣର ଅପବ୍ୟବହାର ବନ୍ଦ କରିବା ପାଇଁ କଡ଼ା ନିୟମ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଜ୍ୟ‌ର ସୀମାରେ ହିଁ ନିିୟମ କଡ଼ାକଡି କରାଯିବା ଉଚିତ। ସୀମା ଦେଇ ଯେମିତି ରାଜ୍ୟକୁ ପ୍ରତିବନ୍ଧକ ଲାଗିଥିବା ବାଣ ରାଜ୍ୟକୁ ନଆସିପାରେ ସେ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

www.hindustantimes.com

ଉଲ୍ଲେଖଯୋଗ୍ୟ, ହାଇକୋର୍ଟ ପକ୍ଷରୁ କୁୁହାଯାଇଥିଲା ‌ଯେ, ଛଟ୍‌ ପୂଜା, ଗୁରୁ ନାନକ ଜୟନ୍ତୀ, ଖ୍ରୀଷ୍ଟମାସ, ନୂଆବର୍ଷ ସମେତ ସମସ୍ତ ପର୍ବପର୍ବାଣିରେ ସମସ୍ତ ପ୍ରକାର ବାଣର ବିକ୍ରିି, ବ୍ୟବହାର ଏବଂ କିଣା ଉପରେ ପ୍ରତିିବନ୍ଧକ ଲଗାଯିିବ। ମହମବତି ବା ଦୀପ ଜାଳି ଉତ୍ସବପାଳନ କରାଯିବାକୁ ଅନୁମତି ମିଳିବ। ବାଣ ବିକ୍ରି ଏବଂ ବ୍ୟବହାରକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯିବ। ନିୟମ ଉଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଦାଲତ କହିଥିଲେ।

ସମ୍ବନ୍ଧିତ ଖବର