ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ତଥା ଜାମ୍ନୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ) ପ୍ରମୁଖ ୟାସିନ ମଲ୍ଲିକ ବିନା ଅନୁମତିରେ ସୁପ୍ରିମକୋର୍ଟରେ ହାଜର ହେବା ପରେ ତାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ତାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜିର ହେବାକୁ ଅନୁମତି ଥିବାବେଳେ ସେ ବିନା ଅନୁମତିରେ ବ୍ୟକ୍ତିଗତଭାବେ ସୁପ୍ରିମକୋର୍ଟରେ ହାଜର ହୋଇଥିଲା । ଏହାକୁ ନେଇ ସୁପ୍ରିମକୋର୍ଟ ବିରକ୍ତ ହେବା ସହ ମାମଲାର ଶୁଣାଣିକୁ ୪ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି ।
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦିଲ୍ଲୀର ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜେକେଏଲଏଫ ମୁଖ୍ୟ ୟାସିନ ମଲ୍ଲିକ ଶୁକ୍ରବାର (ଜୁଲାଇ ୨୧) ବିନା ଅନୁମତିରେ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି। ଏହାସହ ସୁରକ୍ଷା ବ୍ୟବସ୍ଥା କୁ ନେଇ ଅନେକ ପ୍ରଶ୍ନ ଉଠିଛି ।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଓ କେନ୍ଦ୍ର ଗୃହ ସଚିବଙ୍କୁ ପତ୍ର ଲେଖିଛନ୍ତି । ସେ କହିଛନ୍ତି, ୟାସିନ ମଲ୍ଲିକ ଫେରାର ହୋଇପାରିଥାନ୍ତା, ତାଙ୍କୁ ଜୋରଜବରଦସ୍ତ ଅପହରଣ କରାଯାଇଥାନ୍ତା କିମ୍ବା ହତ୍ୟା କରାଯାଇଥାନ୍ତା।
ଅଦାଲତଙ୍କ ବିନା ଅନୁମତିରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କ ସୁରକ୍ଷାରେ ଏକ ଜେଲ୍ ଭ୍ୟାନରେ ୟାସିନ୍ ମଲ୍ଲିକକୁ ସର୍ବୋଚ୍ଚ ନ୍ୟାୟାଳୟ ପରିସରକୁ ଅଣାଯାଇଥିଲା। ସେ କୋର୍ଟ ରୁମ୍ ଭିତରକୁ ଯିବାପରେ ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।
ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ସେ ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛି ।