ଓଡ଼ିଶା ସମେତ ୫ଟି ରାଜ୍ୟ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସୋମବାର ଦିନ ସୁପ୍ରିମ୍‌ କୋର୍ଟ ଓଡ଼ିଶା ସମେତ ୫ଟି ରାଜ୍ୟ ଉପରେ ଅତିରିକ୍ତ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସମଗ୍ର ଦେଶରେ ସ୍ଥାପନ କରାଯାଇଥିବା ‘କମ୍ୟୁନିଟି କିଚେନ୍‌’ ସଂକ୍ରାନ୍ତରେ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲା ଆଧାରରେ ଏହି ରାଜ୍ୟମାନେ ନିର୍ଦେଶ ମୁତାବକ ସତ୍ୟପାଠ ଦାଖଲ କରି ନ ଥିଲେ। ସେଥିପାଇଁ ଏହି ରାଜ୍ୟମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ହୋଇଥିଲା। କିନ୍ତୁ, ଏହି ରାଜ୍ୟମାନେ ଜରିମାନା ଅର୍ଥ ମଧ୍ୟ ନିର୍ଦ୍ଧାରିତ ସମୟରେ ଦାଖଲ କରି ନ ଥିଲେ।

ସମ୍ପୃକ୍ତ ରାଜ୍ୟମାନେ ହେଉଛନ୍ତି ଦିଲ୍ଲୀ, ମହାରାଷ୍ଟ୍ର, ଓଡ଼ିଶା, ଗୋଆ ଏବଂ ମଣିପୁର।

ଏହି ଜରିମାନା ଛାଡ଼ କରିବାକୁ କେତେକ ରାଜ୍ୟ ସରକାର ଆବେଦନ କରିଥିଲେ। କିନ୍ତୁ, ଜଷ୍ଟିସ୍‌ ଏନ୍‌. ଭି. ରମନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସେମାନଙ୍କ ଆବେଦନ ଅଗ୍ରାହ୍ୟ କରି ଦେଇଛନ୍ତି।

ଏପ୍ରିଲ ୧୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ସମ୍ବନ୍ଧିତ ଖବର