ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି (ଏସ୍ସି/ଏସ୍ଟି ) ନିର୍ଯାତନା ନିବାରଣ ସଂଶୋଧନ ବିଲ୍କୁ ଆଜି ରାଜ୍ୟସଭାର ଅନୁମୋଦନ ମିଳିଛି। ଦଳିତମାନେ ଆଜି ଭାରତ ବନ୍ଦ ଡାକରା ଦେଇଥିଲା ବେଳେ ପୂର୍ବରୁ ଲୋକସଭାରେ ଏହାକୁ ମଂଜୁରି ଦିଆଯାଇଥିବାରୁ ସେମାନେ ଶେଷମୁହୂର୍ତ୍ତରେ ଏଥିରୁ ଓହରିଯାଇଥିଲେ। ଏହାର ଦିନକ ପରେ ସଂସଦରେ ଏହି ବିଲ୍କୁ ଅନୁମୋଦନ ମିଳିଛି। ଉଲ୍ଲେଖଯୋଗ୍ୟ ଏସ୍ସି/ଏସଟି ଆଇନରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ୨୦ ତାରିଖ ନିଜର ଏକ ରାୟରେ ହଟାଇ ଦେଇଥିଲେ। ତେବେ ଏହି ବ୍ୟବସ୍ଥାକୁ ପୂର୍ବବତ୍ ଜାରି ରଖିବା ପାଇଁ ଦାବି କରିଥିଲେ ଦଳିତ ଗୋଷ୍ଠୀ। ନିକଟରେ ସରକାର ମଧ୍ୟ ଦଳିତଙ୍କ ଚାପରେ ମୁଣ୍ଡ ନୁଅାଁଇଥିଲେ ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ଅଚଳ କରିବା ପାଇଁ ଲୋକସଭାରେ ଏସ୍ସି/ଏସ୍ଟି ନିର୍ଯାତନା ନିବାରଣ ଆଇନ ସଂଶୋଧନ ବିଲ୍ ପାରିତ କରାଇଥିଲେ। ଅନ୍ୟପକ୍ଷରେଏହି ବନ୍ଦ ଡାକରାରେ ଅଂଶଗ୍ରହଣ ନ କରିବା ଲାଗି ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଥିଲା। ଏମିତି କି ବନ୍ଦ ଡାକରାରୁ ଓହରିଯିବା ଲାଗି ମଧ୍ୟ ଦଳିତଙ୍କୁ କୁହାଯାଇଥିଲା। ଆଜି ବିଲ୍ଟିକୁ ମଂଜୁରି ଦିଆଯିବା ପୂର୍ବରୁ ରାଜ୍ୟସଭାରେ ଏହା ଉପରେ ଆଲୋଚନା ହୋଇଥିଲା।
ଏସ୍ସି/ଏସ୍ଟି ସଂଶୋଧନ ବିଲ୍କୁ ରାଜ୍ୟସଭାର ମଞ୍ଜୁରି
/sambad/media/post_attachments/wp-content/uploads/2018/08/72dn6h7_parliament_625x300_18_July_18.jpg)