ସୁପ୍ରିମକୋର୍ଟ କର୍ମଚାରୀଙ୍କୁ କରୋନା ସଂକ୍ରମଣ

ନୂଆଦିଲ୍ଲୀ : କରୋନା ମହାମାରୀ ଏବେ ସୁପ୍ରିମକୋର୍ଟ ପରିସରକୁ ପ୍ରବେଶ କରିଛି । ମିଳିଥିବା ସୂଚନା ମୁତାବକ ସୁପ୍ରିମକୋର୍ଟରେ କାମ କରୁଥିବା ଜଣେ ଆଣ୍ଟେଣ୍ଡାଣ୍ଟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟରେ ଏହା ପ୍ରଥମ କରୋନା ସଂକ୍ରମଣ ବୋଲି କୁହାଯାଉଛି । ଏହା ଜଣାପଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କ କଣ୍ଟାଣ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ କ୍ୱାରାଣ୍ଟଇନ କରାଯାଇଛି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ଜଣ ରେଜିଷ୍ଟ୍ରାରଙ୍କୁ ମଧ୍ୟ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନକୁ ପଠାଇଦିଆଯାଇଛି । ତେବେ ଉକ୍ତ ବ୍ୟକ୍ତି ସୁପ୍ରିମକୋର୍ଟର ସ୍ଥାୟୀ କର୍ମଚାରୀ ବା ଠିକା କର୍ମଚାରୀ ତାହା ଜଣାପଡ଼ିନାହିଁ ।

ଭାରତର ମୋଟ କରୋନା ସଂକ୍ରମଣ ସଂକ୍ରମଣ ସଂଖ୍ୟା ୨୮ ହଜାର ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ସୋମବାର ସଂଧ୍ୟା ସୁଦ୍ଧା ଭାରତର ମୋଟ ସଂକ୍ରମିତ ସଂଖ୍ୟା ୨୮,୩୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧୧୩୨ ଥିବାବେଳେ ମୃତ୍ୟୁସଂଖ୍ୟା ୮୮୬ରେ ପହଞ୍ଚିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୬୩୬୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହେଲେଣି ।

ସମ୍ବନ୍ଧିତ ଖବର