ନୂଆଦିଲ୍ଲୀ : ଓଡ଼ିଶା ବିଶ୍ବ ବିଦ୍ୟାଳୟ (ସଂଶୋଧନ) ବିଲ ୨୦୨୦ ଉପରେ ୩ ମାସ ପାଇଁ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଉକ୍ତ ଆଇନକୁ ଚାଲେଞ୍ଜ କରିବା ପାଇଁ ଆବେଦନକାରୀଙ୍କୁ ଅନୁମତି ଦେଇଥିଲେ। ପରେ ଏହା ବିରୋଧରେ ବିଶିଷ୍ଟ ଶିକ୍ଷାବିତ ତଥା ଜେଏନ୍ୟୁର ପୂର୍ବତନ ପ୍ରଫେସର ଅଜିତ କୁମାର ମହାନ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଏହି ପିଟିସନର ବିଚାର କରି ଜଷ୍ଟିସ ଏସ.ଅବଦୁଲ ନଜିର ଓ କୃଷ୍ଣ ମୂରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଲ ଉପରେ ଆସନ୍ତା ୩ ମାସ ପାଇଁ ସ୍ଥଗିତାଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ ଓଡ଼ିଶା ଆଡଭୋକେଟ ଜେନେରାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨ ମାସ ପରେ ହେବ।
ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ୍ ଜସମିତ ସିଂ ଏହି ମାମଲା ଲଢୁଥିବାବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା,ରାଘବେନ୍ଦ୍ର ଶ୍ରୀବାସ୍ତବ ଓ ଗୌରବ ଖାନ୍ନା ଓଡ଼ିଶା ସରକାରଙ୍କ ପକ୍ଷ ରଖିଥିଲେ ।
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ବିରୋଧରେ ୨୦୨୦ ଅକ୍ଟୋବର ମାସରେ ଦାୟର ମାମଲାର ଶୁଣାଣି କରି ଏ ସଂପର୍କିତ ଆଇନକୁ ଚାଲେଞ୍ଜ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ଅନୁମତି ଦେଇଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶିଷ୍ଟ ଶିକ୍ଷାବିତ ଅଜିତ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କିତ ଆଇନକୁ ଚାଲେଞ୍ଜ କରିବା ପାଇଁ ପ୍ରଫେସର ମହାନ୍ତିଙ୍କୁ ଖଣ୍ଡପୀଠ ଅନୁମତି ଦେବା ସହିତ ଅଧ୍ୟାଦେଶକୁ ବିରୋଧ କରି ଦାୟର ଏହି ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/SupremeCourt.jpg)