ବହୁ ପତ୍ନୀ ବିବାହ ଓ ନିକ୍‌ହା ହଲାଲା ବ୍ୟବସ୍ଥାର ସାମ୍ବିଧାନିକ ବୈଧତା ସଂପର୍କରେ ସୁପ୍ରିମ୍‌ କୋର୍ଟ ଅନୁଧ୍ୟାନ କରିିବେ: ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ମୁସ୍‌ଲିମ୍‌ ସଂପ୍ରଦାୟରେ ପ୍ରଚଳିତ ଥିବା ବହୁ ପତ୍ନୀ ବିବାହ ଓ ନିକ୍‌ହା ହଲାଲା ବ୍ୟବସ୍ଥାର ସାମ୍ବିଧାନିକ ବୈଧତା ସଂପର୍କରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଅନୁଧ୍ୟାନ କରି ଦେଖିବେ ବୋଲି ସୋମବାର କହିଛନ୍ତି। ସୁପ୍ରିମ୍‌ କୋର୍ଟରେ ମୁସ୍‌ଲିମ୍‌ ସଂପ୍ରଦାୟରେ ପ୍ରଚଳିତ ଥିବା ବହୁ ପତ୍ନୀ ବିବାହ ଓ ନିକ୍‌ହା ହଲାଲା ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଏକାଧିକ ମାମଲାକୁ ଏକାଠି କରି ଶୁଣାଣି କରିବା ପାଇଁ ସୋମବାର ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି। ଏଥିସହ ଏ ସଂପର୍କରେ ନିଜର ପକ୍ଷ ରଖିବାକୁ କେନ୍ଦ୍ର ସରକାର ଓ ଲ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ୨୦୧୭ ଅଗଷ୍ଟ ମାସରେ ସୁପ୍ରିମ୍‌ କୋର୍ଟ ବିବାଦୀୟ ତିନି ତଲାକ୍‌ ବା ତୁରନ୍ତ ଛାଡ଼ପତ୍ର ବ୍ୟବସ୍ଥାକୁ ଖାରଜ କଲା ସମୟରେ ସୁପ୍ରିମ୍‌ କୋର୍ଟରେ ବିଚାର ଅପେକ୍ଷାରେ ରହିଥିବା ବହୁ ପତ୍ନୀ ବିବାହ ଓ ନିକ୍‌ହା ହଲାଲା ମାମଲାର ଆଉ ଶୁଣାଣି କରିବେ ନାହିଁ ବୋଲି କହିଥିଲେ। ହେଲେ, ଆଜି ଅନ୍ୟ ଏକ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ମୁସ୍‌ଲିମ୍‌ ସଂପ୍ରଦାୟରେ ପ୍ରଚଳିତ ଥିବା ବହୁ ପତ୍ନୀ ବିବାହ ଓ ନିକ୍‌ହା ହଲାଲା ବ୍ୟବସ୍ଥାର ସାମ୍ବିଧାନିକ ବୈଧତା ସଂପର୍କରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଅନୁଧ୍ୟାନ କରି ଦେଖିବେ। ସୁପ୍ରିମ୍‌ କୋର୍ଟର ୫ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ନୂତନ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ଏହାର ସାମ୍ବିଧାନିକ ବୈଧତା ସଂପର୍କରେ ଅନୁଧ୍ୟାନ କରି ଦେଖିବ।

ମୁସ୍‌ଲିମ୍‌ ସଂପ୍ରଦାୟରେ ପ୍ରଚଳିତ ଥିବା ବହୁ ପତ୍ନୀ ବିବାହ ବ୍ୟବସ୍ଥାରେ ଜଣେ ମୁସଲମାନ ବ୍ୟକ୍ତି ୪ଟି ପତ୍ନୀ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ରହିଛି। ସେହପରି, ନିକ୍‌ହା ହଲାଲା ବ୍ୟବସ୍ଥାରେ ଛାଡ଼ପତ୍ର ପାଇଥିବା ଜଣେ ମୁସଲମାନ ମହିଳା ଆଉଥରେ ଛାଡ଼ପତ୍ର ଦେଇଥିବା ସ୍ୱାମୀକୁ ବିବାହ କରିପାରିବ, ତେବେ ଏଥିପାଇଁ ତାକୁ ଛାଡ଼ପତ୍ର ପାଇବା ପରେ ଦ୍ୱିତୀୟ ସ୍ୱାମୀକୁ ଗ୍ରହଣ କରିବାକୁ ହେବ ଏବଂ ଦ୍ୱିତୀୟ ସ୍ୱାମୀକୁ ଛାଡ଼ପତ୍ର ଦେଲାପରେ ହିଁ ସେ ତା’ ପ୍ରଥମ ସ୍ୱାମୀକୁ ଆଉଥରେ ବିବାହ କରିପାରିବ ବୋଲି ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର