ନୂଆଦିଲ୍ଲୀ: ଆଜି ହିନ୍ଦୁମାନଙ୍କର ଓକିଲଙ୍କ ଅଙ୍ଗୀକାର ପତ୍ର ରେକର୍ଡିଙ୍ଗ୍ କରିବା ପରେ ସୁପ୍ରିମ୍ କୋର୍ଟ ଶୁକ୍ରବାର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜ୍ଞାନବାପି ମସ୍ଜିଦ୍ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି।
ଏହା ବ୍ୟତିରେକେ, ଆଜି ବାରାଣସୀ ଅଦାଲତରେ ଜ୍ଞାନବାପି ମସ୍ଜିଦ୍ ମାମଲା ଉପରେ ହେବାକୁ ଥିବା ଶୁଣାଣି ଉପରେ ମଧ୍ୟ ସୁପ୍ରିମ୍ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି।
ଶିବଲିଙ୍ଗ ମିଳିଥିବା ‘ୱାଜୁଖାନା’ ଅଞ୍ଚଳକୁ ବାରାଣସୀ ଅଦାଲତ ସିଲ୍ କରିବା ପାଇଁ ଆଦେଶ ଦେବା ପରେ ସେ ଅଞ୍ଚଳକୁ ଭାଙ୍ଗି ଦିଆଯିବ ବୋଲି ସଂଖ୍ୟାଲଘୁଙ୍କ ମନରେ ସୃଷ୍ଟି ହୋଇଥିବା ଆଶଙ୍କା ପ୍ରତି ଧ୍ୟାନ ଦେଇ ସୁପ୍ରିମ୍ କୋର୍ଟ ବାରାଣସୀ ଅଦାଲତଙ୍କ ଶୁଣାଣି ଉପରେ ରହିତାଦେଶ ଜାରି କରିଛନ୍ତି।
Image Courtesy of The Indian Expressସେହିପରି, ଜ୍ଞାନବାପି ମସ୍ଜିଦ୍ରେ କରାଯାଇଥିବା ଭିଡିଓ ସର୍ଭେର ରିପୋର୍ଟ ଆଜି ସକାଳେ ବାରାଣସୀ ଅଦାଲତରେ ଦାଖଲ କରାଯାଇଛି। ଅଦାଲତଙ୍କଦ୍ବାରା ନିଯୁକ୍ତ ସ୍ବତନ୍ତ୍ର ସହକାରୀ କମିସନର୍ ବିଶାଳ ସିଂହ ଅଦାଲତରେ ସର୍ଭେ ରିପୋର୍ଟ ଦାଖଲ କରିବା ସମୟରେ ଉଭୟ ପକ୍ଷର ଲୋକ ସେଠାରେ ଉପସ୍ଥିତ ଥିଲେ। ଲଫାପା ମଧ୍ୟରେ ଗୋଟାଏ ‘ଭିଡିଓ ଚିପ୍’ ଥିବା କଥା ମଧ୍ୟ ସେ କହିଛନ୍ତି।
ମସ୍ଜିଦ୍ ପରିସରରେ ଭିଡିଓ ଉତ୍ତୋଳନ କରିଥିବା ଟିମ୍ ଗୋଟାଏ ମୁଦା (ବନ୍ଦ) ଲଫାପାରେ ୧୦/୧୫ ପୃଷ୍ଠାବିଶିଷ୍ଟ ଏହି ରିପୋର୍ଟକୁ ଦାଖଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜ୍ଞାନବାପି ମସ୍ଜିଦ୍ ପରିସରରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ଅଛି ବୋଲି ୫ଜଣ ହିନ୍ଦୁ ମହିଳା ଦାଖଲ କରିଥିବା ପିଟିସନ୍ର ଶୁଣାଣି ଆଜି ବାରାଣସୀ ଅଦାଲତରେ ହୋଇ ଥାଆନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/sc-6.jpg)