ନୂଆଦିଲ୍ଲୀ: ଡିସେମ୍ବର ୧୨ ତାରିଖ ଅର୍ଥାତ୍ ଗୁରୁବାର ଦିନ ସୁପ୍ରିମକୋର୍ଟ ପୂଜାସ୍ଥଳୀ ଆଇନ ବିରୋଧରେ ଦାୟର ଆବେଦନର ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ପୂଜାସ୍ଥଳୀ ଆଇନକୁ ଅନ୍ୟାୟ ବୋଲି ଦର୍ଶାଇ ୧୯୯୧ର ଏହି ଆଇନକୁ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଛି। ସେପଟେ ଜମିୟତ ଉଲେମା-ଏ-ହିନ୍ଦ, ମୁସଲିମ ପର୍ସନାଲ ଲ' ବୋର୍ଡ ବ୍ୟତୀତ ଅନେକ ରାଜନୈତିକ ନେତା ଏହି ଆଇନକୁ ସମର୍ଥନ କରି ଆବେଦନ କରିଛନ୍ତି। ଧାର୍ମିକ ସ୍ଥଳ ସର୍ଭେ ସମ୍ବନ୍ଧୀୟ ବିଭିନ୍ନ ଅଦାଲତଙ୍କ ଆଦେଶକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି।
୧୯୯୧ ର ପୂଜାସ୍ଥଳୀ ଆଇନ ରେ କୁହାଯାଇଛି ଯେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ପରେ ଦେଶର ପ୍ରତ୍ୟେକ ଧାର୍ମିକ ସ୍ଥାନର ସ୍ଥିତିକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ଏହି ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି। ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ ଏହି ଆଇନ ହିନ୍ଦୁ, ଜୈନ, ଶିଖ ଏବଂ ବୌଦ୍ଧମାନଙ୍କୁ ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ କରିଛି। କୌଣସି ପ୍ରସଙ୍ଗକୁ କୋର୍ଟକୁ ଆଣିବା ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର। କିନ୍ତୁ 'ପୂଜାସ୍ଥଳୀ ଆଇନ' ନାଗରିକମାନଙ୍କୁ ଏହି ଅଧିକାରରୁ ବଞ୍ଚିତ କରିଛି। ଏହା କେବଳ ନ୍ୟାୟ ପାଇବାର ମୌଳିକ ଅଧିକାରର ଉଲ୍ଲଂଘନ ନୁହେଁ, ବରଂ ଧାର୍ମିକ ଆଧାରରେ ମଧ୍ୟ ଭେଦଭାବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/OMu0CJz99dU7LrdsEc6O.jpg)