ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀର ଫାଶୀ ଦଣ୍ଡାଦେଶକୁ କାଏମ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ କୋଏମ୍ବାଟୁରର ଏକ ଅଦାଲତ ଶୁଣାଇଥିବା ଫାଶୀ ଦଣ୍ଡାଦେଶକୁ ଆଜି କାଏମ ରଖିଛନ୍ତି ଦେଶର ଶୀର୍ଷ ଅଦାଲତ। ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିବା ପାଇଁ ଦୁଷ୍କର୍ମ ଓ ହତ୍ୟାକାରୀ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରମ୍ କୋର୍ଟର ବିଚାରପତି ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନ କହିଛନ୍ତି ଏପ୍ରକାର ଜଘନ୍ୟ ଅପରାଧୀର ଦଣ୍ଡକୁ କୋହଳ କରିବାର ପ୍ରଶ୍ନ ଉଠୁନାହିଁ। ଏପ୍ରକାର ଅପରାଧୀ ପାଇଁ ମୃତ୍ୟୁ ଦଣ୍ଡାଦେଶ ଭିନ୍ନ ଅନ୍ୟ କୌଣସି ଦଣ୍ଡା‌େଦଶ ହୋଇ ନପାରେ।

The Hindu

ଘଟଣାର ବିବରଣୀରୁ ପ୍ରକାଶ, ଅପରାଧୀ ମନୋହରନ୍‌ ଓ ତା’ର ସହଯୋଗୀ ମୋହନକ୍ରିଷ୍ଣ ଗତ ୨୦୧୦ ଅକ୍ଟୋବର ୨୯ ତାରିଖରେ ଜନୈକା ୧୦ ବର୍ଷ ବୟସ୍କା ନାବାଳିକା ତାର ୭ ବର୍ଷ ବୟସ୍କ ସାନ ଭାଇ ସହ ସ୍କୁଲ ଯାଉଥିବା ବେଳେ ସେମାନଙ୍କୁ ସ୍ପଷ୍ଟ ଦିବାଲୋକରେ ଏକ ମନ୍ଦର ସମ୍ମୁଖରୁ ଅପହରଣ କରି ନେଇଥି‌େଲ। ପରେ ଦୁଇ ଅପରାଧୀ ମିଶି ନାବାଳିକାକୁ ମିଶି ଗଣଦୁଷ୍କର୍ମ କରିବା ପରେ ଉଭୟ ଭାଇ ଭଉଣୀଙ୍କୁ ଏକ କେନାଲ ମଧ୍ୟକୁ ଫିଙ୍ଗି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର