ରାୟପୁର: ଛତିଶଗଡ଼ର ରାଜଧାନୀର ରାୟପୁରରେ ଏକ ଘରୁ ନବବିବାହିତ ଦମ୍ପତିଙ୍କ ମୃତଦେହ ଛୁରିଭୁଷା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ରିସେପ୍ସନ (ପ୍ରୀତିଭୋଜନ)ର ମାତ୍ର କିଛି ଘଣ୍ଟା ପୂର୍ବରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବୁଧବାର ପୁଲିସର କହିବା ଅନୁସାରେ ରିସେପ୍ସନ ପେଣ୍ଡାଲକୁ ଆସିବା ପାଇଁ ଉଭୟ ପ୍ରସ୍ତୁତ ହେଉଥିଲେ ଏବଂ ସେହି ସମୟରେ ଉଭୟଙ୍କ ଭିତରେ ଝଗଡ଼ା ହେବା ପରେ କନ୍ୟାକୁ ଛୁରିଭୁଷିବା ପରେ ବର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଟିକ୍ରାପଡ଼ା ଥାନା ଅନ୍ତର୍ଗତ ବ୍ରିଜନଗର ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।
ଆସଲାମ (୨୪) ଓ କାହକାସା ବାନୋ (୨୨)ଙ୍କ ନିକାହ ରବିବାର ଅନୁଷ୍ଠିତ ହୋଇଥିଲା ଏବଂ ମଙ୍ଗଳବାର ସନ୍ଧ୍ୟାରେ ସେମାନଙ୍କର ରିସେପ୍ସନ ହେବାର ଥିଲା। ସେମାନେ ରିସେପ୍ସନ ପେଣ୍ଡାଲକୁ ଯିବା ପାଇଁ ଏକ ରୁମ୍ରେ ସଜବାଜ ହେଉଥିଲେ। ଏହି ସମୟରେ ଆସଲାମଙ୍କ ମାଆ କନ୍ୟାର ଚିତ୍କାର ଶୁଣି ସେଠାକୁ ଦୌଡ଼ିଥିଲେ। ରୁମ୍ଟି ଭିତରୁ ବନ୍ଦ ଥିଲା ଏବଂ ଡାକିଲେ କେହି ଉତ୍ତର ଦେଉ ନ ଥିଲେ। ପରିବାର ସଦସ୍ୟମାନେ ଝରକା ବାଟେ ଦେଖିଲେ ଯେ ଉଭୟେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ବେହୋସ୍ ହୋଇପଡ଼ିଛନ୍ତି। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ମୃତ ଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/654h65sf4f65h4h65.jpg)