ପରୀକ୍ଷାରେ ଫେଲ୍ ହେବା ଭୟରେ ସାଙ୍ଗ ଘରକୁ ଯାଇ ଆତ୍ମହତ୍ୟା କଲେ ଯୁବକ

ହାଇଦ୍ରାବାଦ୍: ହାଇଦ୍ରାବାଦରେ ରହୁଥିବା ଜଣେ ଯୁବକ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ୨୬ବର୍ଷୀୟ ଯୁବକ ଜୁନିୟର ଲାଇନମ୍ୟାନ୍ ପରୀକ୍ଷା ଦେଇଥିବା ବେଳେ ସେଥିରେ ଫେଲ୍ ହେବା ଡ଼ରରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ଯୁବକଙ୍କ ନାଁ ୟେଲୁକାଲା ସୁରେଶ ଓ ସେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ବାସିନ୍ଦା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଡିସେମ୍ବର ୧୪ରେ ସୁରେଶ ଜୁନିୟର ଲାଇନମ୍ୟାନ୍ ପରୀକ୍ଷା ଦେବା ପାଇଁ ହାଇଦ୍ରାବାଦ ଆସିଥିଲେ। ହାଇଦ୍ରାବାଦ ଆସି ସେ ମାଲକାଜଗିରିରେ ରହୁଥିବା ତାଙ୍କ ସାଙ୍ଗ ରମେଶଙ୍କ ଘରେ ରହିଥିଲେ। ଗୁରୁବାର ପରୀକ୍ଷା ଦେଇ ସେ ରମେଶଙ୍କ ଘରକୁ ଯିବା ପରେ ଘରକୁ ଫୋନ କରି କିଛି ଦିନ ମଧ୍ୟରେ ଫେରିବି ବୋଲି ଜଣାଇଥିଲେ। ଏହା ପ‌ରେ ସେ ରମେଶଙ୍କ ଶୋଇବା ଘରେ ଫିନାଇଲ ପିଇ ଆତ୍ମହତ୍ୟା କରିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related image
daily-bangladesh.com

ସୁରେଶଙ୍କ ପରିବାର ଲୋକଙ୍କ କରିବା ମୁତାବକ, ସେ ପରୀକ୍ଷା ଭଲ ହୋଇ ନଥିବାରୁ ଚିନ୍ତିତ ଥିଲେ। ଏହା ସହ ଆର୍ଥିକ ସମସ୍ୟା ଥିବାରୁ ସୁରେଶ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି। ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ମାଲକାଜଗିରି ପୁଲିସ।

ସମ୍ବନ୍ଧିତ ଖବର