ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଏମ.ବି.ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଜି କଟକ ଏସସିବି ଦନ୍ତ ଚିକିତ୍ସା କଲେଜର ଓଏମ୍ଏଢ଼୍ ସର୍ଜରୀ ବିଭାଗ ବରିଷ୍ଠ ଆବାସିକ ଡାକ୍ତର ନିଯୁକ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଖଣ୍ଡପୀଠ ଡାକ୍ତର ପ୍ରେମାନନ୍ଦ ମହାପାତ୍ରଙ୍କ ନିଯୁକ୍ତି ଉପରେ ରହିତାଦେଶ ଜାରି କରିଥିବା ବେଳେ ମେରିଟ୍ ଆଧାରରେ ନିଯୁକ୍ତି ଦିଗରେ ଗୁରୁତ୍ୱାରୋପ କରିବାକୁ ନୋଟିସ ଜାରି କରିଛନ୍ତି। ଏସ୍ସିବି ପକ୍ଷରୁ ଓଏମଏଫ ସର୍ଜରୀ ବିଭାଗର ୨ଟି ବରିଷ୍ଠ ଆବାସିକ ଡାକ୍ତର ପଦବି ପାଇଁ ଗତବର୍ଷ ଜୁଲାଇ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରୀକ୍ଷା ଓ ସଂରକ୍ଷଣ ଆଧାରରେ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅନୁସୂଚିତ ଜାତି ବର୍ଗରୁ ତାଲିକାର ଶୀର୍ଷରେ ଥିବା ଡାକ୍ତର ଦିପ୍ତି ସାମଲଙ୍କୁ ଚୟନ କରାଯାଇଥିବା ବେଳେ ଅନୁସୂଚିତ ଜନଜାତି ବର୍ଗର କୌଣସି ପ୍ରାର୍ଥୀ ତାଲିକାରେ ନଥିଲେ। ତେଣୁ ଅନୁସୂଚିତ ଜାତି ବର୍ଗର ଡାକ୍ତର ପ୍ରେମାନନ୍ଦ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ଅନୁସୂଚିତ ଜନଜାତି ବର୍ଗର କୌଣସି ପ୍ରାର୍ଥୀ ନଥିବା ବେଳେ ମେରିଟ ଆଧାରରେ ଅନ୍ୟ ପ୍ରାର୍ଥୀଙ୍କୁ କାହିଁକି ନିଯୁକ୍ତି ଦିଆଗଲାନାହିଁ ବୋଲି ପ୍ରଶ୍ନ କରି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଡାକ୍ତର ଜୁବେନ ମହାନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏସସିବି କଲେଜ ଦନ୍ତ ବିଭାଗ ଡାକ୍ତର ନିଯୁକ୍ତି ମାମଲା : ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2018/07/scb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)