ଶ୍ରୀନଗର: ଜମ୍ମୁ କଶ୍ମୀର ବ୍ୟାଙ୍କରେ ବେଆଇନ ନିଯୁକ୍ତି ମାମଲାରେ ରାଜ୍ୟର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଆଜି ନୋଟିସ ଜାରି ହୋଇଛି । ବେଆଇନ ନିଯୁକ୍ତି ସମ୍ପର୍କରେ ବୟାନ ରଖିବାକୁ ତାଙ୍କୁ କୁହାଯାଇଛି। ଏତଲା ନମ୍ବର ୧୦/୨୦୧୯ ର ତଦନ୍ତ ବେଳେ ଏହା ଜଣାପଡ଼ିଛି ଯେ ଜମ୍ମୁ କଶ୍ମୀର ବ୍ୟାଙ୍କର ଅଧ୍ୟକ୍ଷ କେତେକ ନିଯୁକ୍ତି ମନ୍ତ୍ରୀମାନଙ୍କ ସୁପାରିସରେ କରିଛନ୍ତି। ଏହି ସୁପାରିସ ପଛରେ ମେହବୁବାଙ୍କ ସ୍ବୀକୃତି ଥିଲା କି ନାହିଁ ଏସିବି ତାହା ଜାଣିବାକୁ ଏହି ନୋଟିସ ପଠାଇଛି। ତେବେ ଏହି ନୋଟିସ ପରିପ୍ରେକ୍ଷୀରେ ଜଣେ ପିଡିପି ନେତା କହିଛନ୍ତି, ଜମ୍ମୁ କଶ୍ମୀରରେ ରାଜନୈତିକ ନେତୃବର୍ଗଙ୍କୁ ଏକତ୍ରିତ କରିବାର ନେତୃତ୍ବ ପିଡିପି ନେଉଥିବାରୁ ଏହି ନୋଟିସ ମିଳିବା ସ୍ବାଭାବିକ। ସେହିଭଳି ମେହବୁବା ମଧ୍ୟ ଏକ ଟ୍ବିଟ୍ରେ କହିଛନ୍ତି, ଏସିବି ପକ୍ଷରୁ ନୋଟିସ ପାଇବା ନେଇ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ମୁଖ୍ୟସ୍ରୋତରେ ଥିବା ନେତାମାନଙ୍କୁ ଧମକାଇବା ପାଇଁ ଏଭଳି ନୋଟିସ ଦିଆଯାଇଛି। ଏତଦବ୍ୟତୀତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ରାଜ୍ୟର ଜଣେ ବିଧାୟକ ତଥା ଆୱାମି ଇତେହାଦ୍ ପାର୍ଟି ମୁଖ୍ୟ ଇଞ୍ଜିନିୟର ରସିଦଙ୍କୁ ଅଟକ ରଖାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp